STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ସ୍ନାନ ମଣ୍ଡପେ ବିଶ୍ଵ ପୁରୁଷ

ସ୍ନାନ ମଣ୍ଡପେ ବିଶ୍ଵ ପୁରୁଷ

1 min
333


ଜ୍ୟେଷ୍ଠ ପୂର୍ଣ୍ଣିମାକୁ ପହିଲି ଆଷାଢ ପବିତ୍ରମୟ ସଂଯୋଗ

ଦେବସ୍ନାନ ସଙ୍ଗେ ରଜ ପର୍ବ ଆସି ଜୁଟିଛି ଏ ମହାଯୋଗ

ସ୍ନାହନ ମଣ୍ଡପେ ବିଜେ

ଭାଇ ଭଗ୍ନୀ ସଙ୍ଗେ ଉତ୍ଫୁଲ୍ଲ ତରଙ୍ଗେ ସ୍ଵଂୟ ଶ୍ରୀ ଦେବାଧି ରାଜେ ।।


ରଜଷ୍ଫଳା ଆଜି ଜନନୀ ଅଚଳା ରଜ ପାଇଁ ସଜବାଜ

ହାତୀ ରୂପ ବହି ସ୍ଵୟଂ ଦାରୁବ୍ରହ୍ମ ହୋଇବେ ରେ ବିଘ୍ନରାଜ

ଆନନ୍ଦେ ସର୍ବେ ମଗନ

ସ୍ନାହାନ କରିବେ ସେ ବିଶ୍ଵ ପୁରୁଷ ଦେଖ ହୋଇ ସାବଧାନ ।।


ସରଗୁ ଦେବତା ଗନ୍ଧର୍ବ କିନ୍ନର ସ୍ନାନାମୃତ ପାନ ଆଶେ

ଉତ୍କଣ୍ଠେ ଆକୁଳେ ଚାହିଁ ରହିଛନ୍ତି ସ୍ନାହାନ ମଣ୍ଡପ ପାସେ

ବଡଦାଣ୍ଡେ ଭକ୍ତ ରୋଳ

ଉଛୁଳି ଉଠୁଛି ତିନିପୁର ନାଦ ହୁଳହୁଳି ହରିବୋଲ ।।


ରଜ ଦୋଳି କଟକଟ ବନସ୍ତ ରୁ ଗଜ ପୁଣି ଡାକଦିଏ

ଅଣସର ଘରେ ପସିବେ କାଳିଆ ନବ ଯଉବନ ଯାଏଁ

ଗୀତ ର ଲହରୀ ଛୁଟେ

ରଜ ସଙ୍ଗେ ସ୍ନାନ ପରବ ଜଗାର ଧର୍ମୀୟ ଚେତନା ରଟେ ।।


ଚଳନ୍ତି ବିଷ୍ଣୁ ସମାନ ଗଜପତି ମଣ୍ଡପେ ଛେରା ପହରା

ନବକୋଟୀ କର୍ଣ୍ଣାଟୋତ୍କଳ ବର୍ଗେଶ୍ଵର କରୁଛନ୍ତି ଦେଖ ପରା

ମଣିମା ମଣିମା ଡାକ

ଉଭୟ ମଣିମା ବିଜୟ ମଣ୍ଡପେ ରାଉତ ସେହି ସେବକ ।।


ପୁରୁଷୋତ୍ତମ ରେ ଏମିତି ଅମୀୟ ଲୀଳା ରଚେ ଜଗନ୍ନାଥ

ଜନ ଚେତନା ର ଅନଘ ବାରତା ଏଇ ଏ ଜାତୀୟ ଉତ୍ସ

ମନ ପ୍ରାଣ ଏକାକାର

କରିପାରେ ତାର ମହାପ୍ରସାଦର ଅମୃତ ପ୍ରବାହ ଧାର ।।


ସ୍ନାନ ମଣ୍ଡପରେ ଦର୍ଶନ ଅନନ୍ତ କୋଟି ପୂଣ୍ୟ ଫଳ ମିଳେ

ଜନ୍ମ ଜନ୍ମାନ୍ତର ଦୁଷ୍କୃତ ମୋଚନ ଚାପି ଦେଇ ବାହୁ ତଳେ

ଜୟ ଜଗନ୍ନାଥ ଜୟ

ସ୍ନାନ ପୂର୍ଣ୍ଣିମାରେ ରାଜିବ ପୟରେ ମାଗେ ପ୍ରଭୁ ବରାଭୟ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics