STORYMIRROR

DR PRASANTA KUMAR BISWAL

Classics Inspirational Others

4  

DR PRASANTA KUMAR BISWAL

Classics Inspirational Others

ଚରଣେ ଆଶ୍ରିତ

ଚରଣେ ଆଶ୍ରିତ

1 min
251

ବନ୍ଧୁ ମାହାନ୍ତିର ବନ୍ଧୁତା ନାହିଁ ମୋ 

ନାହିଁ ମୀରା ପରି ଭାବ,

ଦାସିଆ ଭଳିଆ ନଡିଆ ଯାଚିନି 

ମୋତେ କିବା ଉଦ୍ଧାରିବ ।


ଭକ୍ତ ସାଲବେଗ ଶାଶ୍ବତ ଆବେଗ

ଜାଣି ଅଟକିଲା ରଥ,

ପାନେ ଚଖାଇଲ ଯିଏ ଓଗାଳିଲା

ଭକ୍ତ ବଳରାମ ପଥ।


ଧିବରର ମନ ଜାଣି ଭଗବାନ

ବଢାଇଦେଲ ଚରଣ,

ସେବାରେ ମଗନ ଭକତ ଜୀବନ

ତା ନାମେ ଉଡେ କେତନ। 


ଯେତେ ଯେତେ ଜନ ଆଶ୍ରିତ ଚରଣ

ଭବଜଳୁ ଉଦ୍ଧାରିଲ ,

ମୋ କର୍ମ କି ସତେ ଏତେ ବିପରୀତ

ଆଡ ଦୃଷ୍ଟି ନଦେଖିଲ।


କର୍ମଫଳ ଯଦି ଭୋଗିବାକୁ ଅଛି

ଭୋଗୁଛି ଭୋଗିବି ମୁହିଁ,

ମନଟା କାହିଁକି ବୋଲ ମାନୁନାହିଁ

ବିକଳେ ଯାଉଛି ଧାଇଁ।


କି ଭାବ ଲଗାଅ କାଳିଆ ସାଆନ୍ତ

ଖେଳ ମାନ ଅଭିମାନ,

ନିଜର ବୋଲିତ ଅଭିମାନ କରେ

ଚରଣେ ଆଶ୍ରିତ ଦୀନ।


ମାୟାର ବନ୍ଧନ ହେଉଅଛି ଟାଣ

ବୟସ ଯେତେ ବଢଇ,

ନିରୋଳା ମନରେ ଝୁରେ କାଳିଆରେ

ନେଇ ଯା ବାଟ କଡେଇ।



ଜଳି ଜଳି ଯାଏ ଜୀବନ ସଳିତା

କେତେବେଳେ ଲିଭି ଯିବ ,

ଆଉ କଷ ନାହିଁ କଷଟି ପଥରେ

ଉଦ୍ଧାର ରାଧାମାଧବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics