Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

1 min
317



ବାଜୁଅଛି ଘଣ୍ଟ    ଦିଶୁଛି ଟାହିଆ

     ପଦ୍ମ ପଳାସ ଲୋଚନ

ଅମଳିନ ହସ     ଓଠରୁ ଝରାଇ

     କରନ୍ତି କୃପା ବର୍ଷଣ

     ହେଉଛନ୍ତି ଭିଡା ଟଣା

ସାତ ପାହାଚରୁ    ଦେଖ ଝୁଲି ଝୁଲି

    ଆସୁଛି କାଳିଆ ସୁନା ।


ରତନ ବେଦୀରୁ    ଆସିଛି ଓହ୍ଲାଇ

     ପ୍ରବଳ ମତ୍ତ ବାରଣ

ବିପୁଳ ଭୂଜକୁ    ବିସ୍ତାରି ଚାଲୁଛି

     ଗତି ସୁମଧୁର ମନ୍ଦ୍ର

     କରୁଛି ଗୋଟି ପହଣ୍ଡି

କେବେ ଟେକିହୁଏ    କେବେ ଝୁଲିପଡେ

     ଛୁଉଁ ଥାଏ ପୁଣି ଭୂମି ।


ବାସେ ମହମହ    ଚନ୍ଦନ ତୁଳସୀ

     ଦୟଣା ଫୁଲ ଗଜରା

ପଡିଲେ ପହୁଣ୍ଡ     ବହଇ ମଳୟ

     ଉନ୍ମେଷଇ ପ୍ରଚୋଦନା

     ସ୍ୱସ୍ତିକ ଉଦାତ୍ତ ବାର୍ତ୍ତା

ଜାଗରିତ ହୁଏ     ଜୀବନ ଦର୍ଶନ

     ବାସ୍ତବତା ସାର୍ଥକତା ।


ବିକଶେ କମଳ   ଶାନ୍ତି ଶତଦଳ

     ଆଲୋକ ଜ୍ଞାନ ବିବେକ

ଅବବୋଧ ହୁଏ   ସବୁଜ ସୁନ୍ଦର

     ଚିରନ୍ତନ ବ୍ରହ୍ମ ସତ୍ୟ

    ସମ୍ଭବେ ସୃଷ୍ଟି ମହାନ

ଉତ୍କର୍ଷେ ପୂର୍ଣ୍ଣତା  ଭବ୍ୟ ସୁଷମତା

     ଉତ୍ତରଣ ସ°ସ୍କରଣ ।


ବିଜେ ଜଗନ୍ନାଥ   ରଥ ନନ୍ଦିଘୋଷେ

     ବାମନ ପୁରୁଷୋତ୍ତମ

ଜନମବେଦୀକୁ     ନବ ଦିନାତ୍ମକ

      ଯାତ୍ରା ପତିତପାବନ

     ବଡ଼ଦାଣ୍ଡ ଲୋକାରଣ୍ୟ

ଲଭଇ ଭକତ    ଅମୃତ ଆଶ୍ଳେଷ

     ଜୀବନ ହୁଅଇ ଧନ୍ୟ ।

        


Rate this content
Log in

Similar oriya poem from Classics