STORYMIRROR

SUSMITA MISHRA

Classics

4  

SUSMITA MISHRA

Classics

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ

1 min
263

ଜଗନ୍ନାଥ ତୁମେ ଦାରୁବ୍ରହ୍ମ,

ଅଧ ଗଢ଼ା ଦିଅଁ,କାଷ୍ଠର ଶରୀର,

ତଥାପି ତୁମେ ପ୍ରଭୁ ବଡ଼ ଠାକୁର,

ପୂଜା ପାଅ ପ୍ରଭୁ, ହୋଇ ପରଂବ୍ରହ୍ମ।


ଅନାଥ ର ନାଥ,ହେ କଳା ଠାକୁର,

ଭକତର ତୁମେ ଅଟ କଳ୍ପବଟ,

ଭକତର ସାହା,ଭକତର ରାହା,

ଭକତ ପାଇଁ ହୁଅ କଳ୍ପବ୍ରହ୍ମ।


ପତିତପାବନ ହୋଇ,ମାଉସୀ ଘର ଯାଇ,

ରୁହ ଭାଇଭଉଣୀ ସେଇଠି ନଅ ଦିନ,

ଗୁଣ୍ଡିଚା ରାଣୀର ମନୋରଥ କରି ପୂଣ୍ଣ,

ଫେର ପ୍ରଭୁ ହୋଇ ବାହୁଡାବ୍ରହ୍ମ।


ଆନନ୍ଦ ବଜାରେ,ଭକତ ଖାଏରେ ,

ଶଙ୍କୁଡ଼ି, ଅଇଁଠା ମାନେତ ନାହିଁରେ,

ଟିକିଏ ଖାଇଲେ ପୁରିଯାଏ ମନ,

କାହିଁକି କି ନା ତୁମେ ଥାଅ ସେଠିରେ,

ହୋଇ ଅର୍ଣ୍ଣ ବ୍ରହ୍ମ,ହୋଇ ଅର୍ଣ୍ଣ ବ୍ରହ୍ମ।


ଭାଷାରେ ଭାବନାରେ,

ଭାବରେ ହୁଅ ତୁମେ ଶବ୍ଦବ୍ରହ୍ମ,

ଆନନ୍ଦଦାୟକ ପରମାନନ୍ଦ,

ସତ ଚିତ ଆନନ୍ଦ ସଚ୍ଚିଦାନନ୍ଦ,

ସୁର ଲୟ ତାଳେ ହୋଇଯାଉ ତୁ,

ନାଦବ୍ରହ୍ମ,ପ୍ରଭୁ ନାଦବ୍ରହ୍ମ।


ଜଗତେ ବଡ଼ ବୋଲି ନାମ ବୋହିଅଛ,

ତୁମ ଧାମେ ଗୋଡ଼ି ବାଲି, କୀଟ ତରୂଲତା,

ସଭିଏଁ ତ ଏକ ଏକ ଦିବ୍ୟ ବ୍ରହ୍ମ,

ସଭିଙ୍କ ଇଷ୍ଟ , ତୁମେ ଜଗନ୍ନାଥ,

ତୁମେ ଜଗନ୍ନାଥ ସ୍ୱାମୀ ପରଂବ୍ରହ୍ମ।


ଏ ପାପୀ ଭକତ ଅଟେ ଅକୀଞ୍ଚନ,

ଶରଣ ପଶେ ପ୍ରଭୁ ତୁମ୍ଭ ଚରଣ,

ଆଶିଷ କରି ପ୍ରଭୁ କର ଜଗତ କଲ୍ୟାଣ,

ହେ ପ୍ରଭୁ ପରମେଶ୍ବର ପରଂବ୍ରହ୍ମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics