STORYMIRROR

DILIP KUMAR SAHOO

Abstract Classics

4  

DILIP KUMAR SAHOO

Abstract Classics

ନବଯୌବନ ଦର୍ଶନ

ନବଯୌବନ ଦର୍ଶନ

1 min
366


କେଶର କସ୍ତୁରୀ ଚୁଆ ବାସ ଚନ୍ଦନ

ନବ ଯଉବନ ବେଶ ଚକା ନୟନ

ଅଣସର ଅନ୍ତେ ସେତ ଦିବ୍ୟ ଦର୍ଶନ

ଭାବେ ଭୋଳ ଭକ୍ତ ଗାଏ ଜୟ ଯଦୁ ନନ୍ଦନ

କେଶର କସ୍ତୁରୀ ଚୁଆ ବାସ ଚନ୍ଦନ....l


ସ୍ନାନ କରନ୍ତି ଜରେ ପଡନ୍ତି ପଥି ଖାଆନ୍ତି

ପୁଣି ଭଲ ହୁଅନ୍ତି

ଶ୍ରୀଖଣ୍ଡ କଳା ହେଙ୍ଗୁଳ ଧଳା ହୁଅଇ ବୋଳା

ମୁଖ ତୋରା ଦିଶେଟି

ପଟ୍ଟି ଦିଅଁ ମାନଙ୍କର ବାହୁଡ଼ା ହୁଏ

ଅଣସର ଘର ତାଟି ଖୋଲା ଯେ ହୁଏ

ନେତ୍ର ଉତ୍ସବ ସତେ ରଙ୍ଗ ଲଗାଏ

ଉଛୁଳଇ ଚଉଦିଗେ ପ୍ରଭୁ ପାଦ ବନ୍ଦନ

କେଶର କସ୍ତୁରୀ ଚୁଆ ବାସ ଚନ୍ଦନ....l


ରତ୍ନବେଦୀ କୁ ନଯାଇ ପ୍ରଭୁ ରୁହନ୍ତି ବସି

ଅଣସର ପିଣ୍ଡିରେ

ଭକ୍ତ ଙ୍କୁ ପୁଣି ସେ ନୀଳମଣି ଦେଖା ଦିଅନ୍ତି

ସେହି ନୂଆ ରୂପରେ

ଉଭା ଅମାବାସ୍ୟା ରେ ଏ ନୀତି କ୍ରାନ୍ତି

ତାପରେତ ପ୍ରଭୁ ରଥେ ବୁଲି ଯାଆନ୍ତି

ଗୁଣ୍ଡିଚା ମନ୍ଦିରେ ହୁଏ ଆଡ଼ପ ନୀତି

ଧନ୍ୟ ତୁମେ ଲିଳା ପ୍ରଭୁ ଭକ୍ତ ଭାବ ବନ୍ଧନ

କେଶର କସ୍ତୁରୀ ଚୁଆ ବାସ ଚନ୍ଦନ....ll



Rate this content
Log in

Similar oriya poem from Abstract