STORYMIRROR

DILIP KUMAR SAHOO

Classics Others

4  

DILIP KUMAR SAHOO

Classics Others

ରାଧା ପାଖେ ମନ ବନ୍ଧା

ରାଧା ପାଖେ ମନ ବନ୍ଧା

1 min
369


କାଳିଆ ଯାଏଲୋ ଆଡ଼ପ ମଣ୍ଡପ

ମନେ ପଡିଯାଏ ରାଧା

ଭାବର ଉଆଶେ ଗୁପତ ରାହାସ

ପ୍ରେମ ପରତିରେ ବନ୍ଧା

ବନ୍ଧୁ ରେ ବନ୍ଧୁ ରେ

ଭାବେ ଅଧୀର ଭାବ ତରଙ୍ଗ

ଭାବ ରେ ହୁଅଇ ଓଦା....ll


ଛାଡି ଆସିଥିଲା ଗୋପରେ ରାଧାକୁ

ନୀଳାଚଳେ ବିଜେ ହୋଇଲା

ରୁକ୍ମିଣୀ ହରଣ ଲକ୍ଷ୍ମୀ ଙ୍କୁ ବରଣ

ଲିଳା ସେ କେତେ ଭିଆଇଲା

ଗୁଣ୍ଡିଚା ମନ୍ଦିରେ ନିଇତି ରାତିରେ 

ରାଧା ପାଖେ ଯାଏ ଚାଲିଲୋ

ରାଧାକୁ କୋଳେଇ ଦୋଳି ଖେଳେ ଜଗା

ଫୁଲ ଝୁଲଣାରେ ଝୁଲେଲୋ

ପହିଲି ପ୍ରେମ କୁ ପାଶୋରି ପାରୁନି

ରାଧା ପାଖେ ମନ ବନ୍ଧା ...ll


ଲକ୍ଷ୍ମୀ ଙ୍କ କାନରେ କଥା ପହଞ୍ଚଇ

ପାରନ୍ତିନି ସିଏ ସହିଲୋ

ହେରାପଞ୍ଚମୀ ରେ ଗୁଣ୍ଡିଚା ମନ୍ଦିର

ମାଆ ଆସିଥାନ୍ତି ଧାଇଁଲୋ

କପଟି କାଳିଆ ଦେଖା ଦିଏ ନାହିଁ

ମାଆ ଲକ୍ଷ୍ମୀ କରନ୍ତି ମାନ

ଲେଉଟିଲେ କାନ୍ତ କବାଟ କିଳନ୍ତି

ଜଗା ଭାଙ୍ଗଇ ଅଭିମାନ

ଶରଧାବାଲି ରେ ପ୍ରେମର ସଉଦା

ରାଧା ପାଖେ ରହେ ଅଧା ...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics