STORYMIRROR

Suresh chandra Padhy

Classics Others

4  

Suresh chandra Padhy

Classics Others

ନବ ଯୌବନ

ନବ ଯୌବନ

1 min
354


ନବ ଯୌବନ ବେଶ ତୋର କେଡେ ସୁନ୍ଦର

ଦେଖିବାକୁ ଆଜି ମନ ହୁଏ ଅଧିର

କେବେ ଆସିବୁ କାଳିଆ ନବ ଯୌବନ ବେଶେ

ତୋ ପାଇଁ ଆଜି ଜଗତ ଆନନ୍ଦ ରେ ହସେ ।


କେତେ ସୁନ୍ଦର ତୋର ନବ ଯୌବନ 

ଦେଖି କି ପାରିବି କହ କେଉଁ ଦିନ

ମୋ ପରି ଅଧମ ତୋତେ ଦେଖିବ

ମିଛ ମାୟା ରୁ ସେ ଉଦ୍ଧାର ହୋଇବ ।


ଆହା କି ଶୋଭା ଆଜି କାଳିଆର

ଗହଳି ଲାଗିଛି ଦର୍ଶନ ପାଇଁ ତାର

ନବ ଯୌବନ ଆଜି ସେ ହୋଇଛି

ଭକ୍ତ ମନ ଜାଣି ପାଖକୁ ଆସିଛି ।


କେତେ ଦିନୁ କାଳିଆ ତୋତେ ଦେଖି ନାହିଁ

ମୋ ମନ ର ଦୁଃଖ କାହାକୁ କହିବି ମୁହିଁ

ତୋ ନବ ଯୌବନ ବେଶ ରେ ତୋତେ ଦେଖିବି

ମୋ ଜୀବନ ସଙ୍ଖାଳି ତୋତେ ମୁ ଛୁଁଇବି ।


କେଡେ ସୁନ୍ଦର ତାର ନବ ଯୌବନ ବେଶ

ସେ ବେଶ ତାର ଦେଖିବାକୁ ଯିବି ମନେ ରଖି ବିଶ୍ୱାସ

ଦୁଲ୍ଲଭ ବେଶ ଯିଏ ତାର ଦେଖିବ ଶ୍ରୀମନ୍ଦିର ଭିତରେ

କୋଟିଏ ପାପ ତାର ଚାଲି ଯିବ ମାନବ ଜନ୍ମ ରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics