STORYMIRROR

Mamatamanjari Das

Abstract Classics

4  

Mamatamanjari Das

Abstract Classics

ଯାତ୍ରା ଏକ ସମ୍ମୋହନ ର

ଯାତ୍ରା ଏକ ସମ୍ମୋହନ ର

1 min
413

ଯାତ୍ରା...

ପୁଣି ତୋର

ସେ ପୁଣି ଏମିତି ସେମିତି ଯାତ୍ରା ନୁହେଁ

ଚାତକ ପରି ଭକ୍ତ ଚାହିଁ ରହିଥାଏ

ତୋ'ସମ୍ମୋହନରେ ସମ୍ମୋହିତ ହୋଇ

କେବେ ତୁ' ଝୁଲି ଝୁଲି ଆସି

ରଥାରୁଢ଼ ହେବୁ ,,

ନାଲି ଓଠଧାରୁ ତୋର

ଝରିପଡୁଥିବ ତୋ' ହସର

ଅମୃତ ଝର....

ଭାବରେ ବିହ୍ୱଳ ଭକ୍ତଟି ତୋର

ସବୁ ମୋହ ମାୟାରୁ ନିଜକୁ ମୁକ୍ତ କରି

ତୋ ସମ୍ମୋହନରେ ରଙ୍ଗାୟୀତ

କରିଦିଏ ଜୀବନକୁ ତା'ର 

ଆଖିକୋଣରୁ ଟାଣି ଆଣିବାର ସେ ଯାତ୍ରା 

ଠିକ୍ ଜଣେ ସହୃଦୟୀ

ସଙ୍ଗୀଟିଏ ଭଳି ।


ତୋର ସେ ଯାତ୍ରାର ପ୍ରତିଟି ସ୍ପନ୍ଦନରେ

କେବଳ ତୁ' ହିଁ ତୁ'

ଚାରିଆଡେ କେବଳ ତୋ ଦେହର

ଅଗୁରୁ ଚନ୍ଦନର ଭୁରୁ ଭୁରୁ ବାସ୍ନା

ତୋ' ଯାତ୍ରାର ସମ୍ମୋହନରେ

କୀଟ ଠୁ ପତଙ୍ଗ ସଭିଏଁ ମସଗୁଲ୍ ।


ରଥ କହେ ମୁଁ ଧନ୍ୟ

ପଥ କହେ ମୁଁ ଧନ୍ୟ

ଦଉଡି କହେ ମୁଁ ଧନ୍ୟ

ଆଉ ତୋର ବଡଦାଣ୍ଡର ବାଲିରେଣୁ ଟିଏ

ଭକ୍ତପାଇଁ ଶୀତଳ ଚନ୍ଦନ ।


ଏଠାରେ ତ ସମସ୍ତେ

ତୋ' ସମ୍ମୋହନରେ ପାଗଳ

ତୋ' ବାଲିରେଣୁ ରେ ପାଦଦେଲାକ୍ଷଣି

ସଭିଙ୍କର ହୁଏ ଆତ୍ମତୃପ୍ତି

ହେଲେ ଏ ସବୁ ଭିତରେ ବି

ତୋ ଚକାଆଖି ଖୋଜି ବୁଲୁଥାଏ

ଭକ୍ତର ମନରେ ଭରିଦେବା ପାଇଁ

କିଛି ନୂଆ ପ୍ରେରଣାର ଉତ୍ସ ।


ସେଇଥି ପାଇଁ ତ

ବରଷକେ ଥରେ ତୁ ବାହାରି ଆସୁ

ରତ୍ନସିଂହାସନର ପ୍ରାଚୁର୍ଯ୍ୟ ଭିତରୁ

ଯାତ୍ରା ତୋର ସମ୍ମୋହନର

ଭକ୍ତ ସହ ଏକାକାର ହୋଇ

ବଡ ଦେଉଳରୁ ବାହାରି ଚାଲିଆସୁ

ସରଧା ବାଲିକୁ ।


ବାଇସି ପାହାଚରୁ ଓହ୍ଲାଉ ଓହ୍ଲାଉ

ତୋର' ଅପୂର୍ବ ସମ୍ମୋହନରେ

ସମ୍ମୋହିତ କରିଥାଉ

ଲକ୍ଷ ଲକ୍ଷ ଭକ୍ତଙ୍କୁ

ତୋ ଭକ୍ତି ରଜ୍ଜୁରେ ଟାଣିହୋଇ

ତୋ ଭାବରେ ବାନ୍ଧିହୋଇ

କିଛି ସମୟ ପାଇଁ ହେଲେବି

ସେ ଭୁଲିଯାଏ ମୋହ ମାୟାର ଏହି

ସଂସାର ବନ୍ଧନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract