STORYMIRROR

SUSMITA MISHRA

Classics

4  

SUSMITA MISHRA

Classics

ମୋ କାଳିଆ ସୁନାକୁ ଆଣୁଛି ଜ୍ଵର

ମୋ କାଳିଆ ସୁନାକୁ ଆଣୁଛି ଜ୍ଵର

1 min
419

ହେଲା କେତେ ଦିନ,

ମୋ କାଳିଆସୁନାକୁ ଆଣୁଛି ଜ୍ଵର,

ଯାଅ ଯାଅ କିଏ ଯାଅରେ,

ଶୀଘ୍ର ଡାକିଆଣିବ ଭଲ ଡାକ୍ତର।


ଦେହରେ ତାର ଖଇ ଫୁଟିଛି,

ଜ୍ଵରରେ ବିଲିବିଲେଇ ହେଉଛି,

ମୋର ମାଉସୀ ଘରକୁ ଯିବାର ଅଛି,

ବେଗି ଜ୍ଵର ପଳା ପଳା କହୁଛି।


ମୋ ଧନର ମୁଣ୍ଡରେ,

ପାଣି ପଟି କରୁଛି,

ଔଷଧ କୁଟି କୁଟି କୁଟଣୀରେ,

ପୁଣି ତାକୁ ଦେଉଛି।


ଜ୍ଵର ଛାଡ଼ି ଗଲେ ସେ,

ପାଇବ ନବ ଯୌବନ,

ବଡ଼ଭାଇ ସହ ହେବ ତାର,

ବ୍ରତ ବା ଉପନୟନ।


କେତେ ସଜଵାଜ ସିଏ ହୋଇବ,

ଟାହିଆ ଉପରେ ଟାହିଆ ନାଇବ,

ଝୁଲି ଝୁଲି ପହୁଣ୍ଡି ବିଜେ କରି,

ନନ୍ଦିଘୋଷେ ସେ ବିଜେ ହୋଇବ।


ଘିଡ଼ିଘିଡ଼ି ଘିଡ଼ିଘିଡ଼ି ରଥ ଚାଲିବ,

ଫରଫର ପତିତପାବନ ଉଡିବ,

ବଡ଼ଦାଣ୍ଡରେ ଭକତର ଭିଡ଼ ହୋଇବ,

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଡାକରେ,

ବଡ଼ଦାଣ୍ଡର ଗଗନ ପବନ ଉଛୁଳି ପଡ଼ିବ।


ରଥେ ବସିଥିବ ମୋ କାଳିଆସୁନା,

ତା ସହ ବାନ୍ଧି ହେବ ଭକତ ଭାବନା,

ଯିଏ ଯେମିତି କରିଥିବ କଳ୍ପନା,

ତାହାକୁ ସେମିତି ଦେଵ ମୋ କାଳିଆ ସୁନା।


ତେଣୁ ମାଉସୀ ଘର ଯିବା ପାଇଁ,

ଅସ୍ଥିର ହେଉଛି ମୋ କଳା ଗୋସେଇଁ,

ତେଣୁ ଶୀଘ୍ର ଡାକ୍ତର ଡାକରେ ଭାଇ,

ଏ ଜ୍ଵରରୁ ଆରୋଗ୍ୟ କର ହେ ଯାଇ।


ଅଣସର ଘରୁ ତାକୁ ବାହାର କର,

ଶ୍ବାସରୁଦ୍ଧ ହୋଇ ଯାଉଛି ତାର,

ଶୀଘ୍ର ଶୀଘ୍ର ତାକୁ ଆରୋଗ୍ୟ କର,

ହୋ ଭକତ ତୁମ୍ଭକୁ ଯୋଡୁଛି କର,

ଯୋଡୁଛି କର,ଯୋଡୁଛି କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics