Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Classics Others

4  

Prafulla Kumar Tripathy

Classics Others

ଆସିଛି ରଜ

ଆସିଛି ରଜ

1 min
264


ଜ୍ଯେଷ୍ଠ ସରିଲା ଖରା ମଉଳିଲା

ଗ୍ରୀଷ୍ମ ନେବ ମେଲାଣି

ଝିଅ ବୋହୁ ମିଶି ହେଲେଣିଯେ ସଜ

ଆସିଛି ପରା ରଜ

ଧରା ରଜବତି ହେଲେଣି l

ମାନୁଥିବେ ସବୁ ରଜର ବିଧି

ଚାଲିବେ କଦଳି ବାହୁଙ୍ଗା ବାନ୍ଧି

ଗୁଆ ଖୋଳପାକୁ ପିନ୍ଧି l

ଚହଟିଲା କୄଷ୍ଣଚୂଡା

ରଜରେ ନଥାଏ ରନ୍ଧାକି ବଢା

ତିନି ଦିନ ହାଣ୍ତିଛଡା l

ହାତରେ କଟାଇ ମେହେନ୍ଦି ଚିତା

ପାଦରେ ନାଇଛି ନାଲି ଅଳତା

ସଜ ମଲ୍ଳୀଫୁଲ ରଜନିଗନ୍ଧାରେ

ଗଜରା ଲମ୍ବା କେଶରେ l

ଝିଅ ବୋହୁ ମିଶି ସାଙ୍ଗ ସାଥି ମେଳେ

ସଜହୋଇ ନୁଆ ବେଶରେ

ରଜଦୋଳି ଖେଳି ମନ ହଜିଯିବ

ରଜଦୋଳି ଗୀତ ଗାଇରେ l

ଧରଣି ରାଣିର ବିଶ୍ରାମ ପାଇଁକି

ରଜ ଏକ ଭିନ୍ନ ପର୍ବ

ସେ ପର୍ବ ଲାଗି ସତରେ

ଆମ ଓଡିଆ ଜାତିର ଟେକ l



Rate this content
Log in

Similar oriya poem from Classics