STORYMIRROR

SUSMITA MISHRA

Classics

4  

SUSMITA MISHRA

Classics

ନବ ଯୌବନରେ ଚକାନୟନ

ନବ ଯୌବନରେ ଚକାନୟନ

1 min
265


ନବ ଯୌବନ ତୋର ଚନ୍ଦ୍ରକାନ୍ତ ବଦନ,

ଦେଖିବାକୁ ଭକ୍ତ ମନ ହେଉଛି ଉଚ୍ଛନ,

ଚାତକ ପରି ଚାହିଁରହିଛି ତା ମନ,

ଦେଖା ଦେବୁ ବାରେ ତାକୁ ଚକାନୟନ।

ଅଣସର ଘରେ ରହିଲୁ ପ୍ରଭୁ ଚଉଦ ଦିନ,

ବିନା ଭକତ ହେଲା ତୋର ବିରକ୍ତିଆ ମନ,

ଆଜି ନେତ୍ରୋତ୍ସବ ରେ ଆସିବୁ ତୋ ଆସ୍ଥାନ,

ହୋଇ ନବଯୌବନ ରେ ମୋର ଚକାନୟନ ।

ଘଣ୍ଟ ଘଣ୍ଟି ଘଣ୍ଟା ଶବଦ ରେ ଉଛୁଳିବ ତୋ ମନ୍ଦିର,

ଆଜି ଦିଶୁଥିବୁ ତୁ ପ୍ରଭୁ କେଡ଼େ ସୁନ୍ଦର,

କନ୍ଦର୍ପ ରୂପ ଦେଖି,ମନ ହୋଇଯିବ ଲାଖି,

ସମର୍ପି ଦେଵ ଭକତ ତା ମନ ପ୍ରାଣ ସବୁ ତୋଠି।

ଗଣୁ ଥିଲୁ ତୁ ପ୍ରଭୁ, କିପରି ସରିବ ତୋ ଚଉଦ ଦିନ,

ଭକତ ସାଙ୍ଗେ ମିଶିବା ପାଇଁ ହେଉଥିଲୁ କେତେ ଉଚ୍ଛନ୍ନ,

ଆଜି ପୁରିବ ପ୍ରଭୁ ତୋ ଅଭିଳାଷ,

ଭକତ ସଙ୍ଗେ ହେବ ତୋ ଭେଟ।

ହେବ ତୋର ପ୍ରଭୁ ଉପନୟନ,

ତା ଉପରେ କନ୍ଦର୍ପକାନ୍ତି ରୂପ,

ନବଯୌବନ ତୋର ଚକାନୟନ,

ଭକତ ଉତ୍କଣ୍ଠା ର ସହ କରିବ ତୋ ଦର୍ଶନ,

ମିଳିତ ହେବ ହୃଦୟ ଭକ୍ତ ଓ ଭଗବାନ।

ଭକ୍ତ କୁ କୃପା କରିବୁ ବାରେ କୃପାନଧାନ,

ତା ଦୁଃଖ ସୁଖ ଶୁଣିବୁ ଡେରି ବାରେ ତୋ କାନ,

ସେ ଭକତ ଭିତରେ ମୁଁ ବି ଏକ ଭକତ ଅକିଞ୍ଚନ,

ମୋ ଦୁଃଖ ଦୂର କରିବୁ ବାରେ ମୋ ଚକାନୟନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics