STORYMIRROR

लता तेजेश्वर रेणुका

Classics Others

3  

लता तेजेश्वर रेणुका

Classics Others

ମୋର କବିତା

ମୋର କବିତା

1 min
171

ମୋର କବିତା ଉଡ଼ିପାରେ ନଭରେ

ବିଦୀର୍ଣ୍ଣ କରି ବାଦଲର ଡେରାକୁ

ମୋର ପଙ୍ଖରେ ଭରିଦିଏ ଉର୍ଜା 

ଆସନ୍ତା ଦିନରେ ଜୀବନ ପାଇଁ ଲଢ଼ିବାକୁ।


ମୋର କବିତା ପହଁରିପାରେ ଅନ୍ତହୀନ ସମୁଦ୍ରରେ

ସମୁଦ୍ରର ତଳ ପର୍ଯ୍ୟନ୍ତ ପହୁଁଚି

ରଙ୍ଗ ବିରଙ୍ଗ ମାଛ ମାନଙ୍କର

ଅଲୌକିକ ଜୀବନ ଦର୍ଶନ କରାଇ ଆସେ।


ମୋତେ ପାର କରାଇଦିଏ ଦୁନିଆର

ସବୁ ଦୁଃଖ ଦୁଵିଧାରୁ

ସୂର୍ଯ୍ୟର ରଶ୍ମିରେ ଗାଧୋଇ ଦେଇ

ପବିତ୍ର କରାଇ ଦିଏ

ଚିକିଟା ମାଟିକୁ ଅମୂଲ୍ୟ ରତ୍ନରେ

ପରିବର୍ତ୍ତିତ କରି ଦିଏ।


କେବେ ନେଇ ଯାଏ ଭୂମିର ଗର୍ଭ ଭିତରକୁ

ଦେଖାଇ ଆଣେ ମୃତ୍ୟୁ ପରେ 

ମଣିଷ ଜୀବନର ସତ୍ୟଟିକୁ।


ମୋର କବିତା ସ୍ପର୍ଶ କରାଇ ଦିଏ 

ଏହି ପବନର ସୁଗନ୍ଧିତ ଶ୍ୱାସ ସଙ୍ଗେ

ଏଥିରେ ବିଲୀନ ସୁମଧୁର ସଙ୍ଗୀତର

ସୁର ମଧ୍ୟରେ ଲୁପ୍ତ କରାଇ ଦିଏ।


ମୋର କବିତାଟି ମୋତେ ନେଇଯାଏ 

ଶରୀରର କ୍ଷୁଦ୍ରତମ କଣିକା ଭିତରକୁ

ଆଉ ପରିଚୟ କରାଇ ଦିଏ

ଶରୀର ଥିବା ରକ୍ତ ମାଂସ ଗନ୍ଧ ସାଥେ

ଯାହାକୁ ନେଇ ମୁଁ ଗର୍ବ ଅହଂକାରୀ ନ କରିପାରେ।


ମୋର କବିତା ମୋର ମାଆ ବାପା ଗୁରୁ ଭଗବାନ 

ଯାହାର ହାଥ ଧରି ମୁଁ ଚାଲି ପଡିଛି ଆଉ

ଜାଣିପାରିଛି ଜୀବନର ସୌନ୍ଦର୍ଯ୍ୟ।


ମୋର କବିତା ଆଉ ମୁଁ

ମୁଁ କବିତା ଆଉ କବିତାଟି ମୁଁ

ମୋର ବିନା କବିତା ନାହିଁ

କବିତା ବିନା ମୁଁ ନାହିଁ

କବିତା ମୋର ଆତ୍ମା

ଆଉ ମୁଁ ଖାଲି ଏକ ଦେହ।

© ଲତା ତେଜେଶ୍ଵର ରେଣୁକା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics