ମାଆର ଛାତିକୁ ଲାଗିକରି
ମାଆର ଛାତିକୁ ଲାଗିକରି
ମାଆର ଛାତିକୁ ଲାଗିକରି
ଶିଶୁଟି ଫଟା ପଣତ କାନିରୁ
ଗୋଲ ଧଳା ଚନ୍ଦ୍ରକୁ ଚାହୁଁଥିଲା
ପୁରା ଦିନ କାମକରି ଶୀତରୁ ମୁକ୍ତିପାଇଁ
ଦୁକାନର ବାରଣ୍ଡାରେ ବସି ବସି
ମାଆଟିର ଥକୀ ଝାଉଁଳି ପଡିଥିବା
ଆଖିରେ ନିଦର ପରତ ଛୁଇଁଗଲା,
ହାଥଟି ଯେମିତି ଢ଼ିଲା ପଡ଼ିଗଲା
ଶିଶୁଟି ଧୀରେ ମାଆର ପଣତ କାନି ଛାଡ଼ି
ଚନ୍ଦ୍ରକୁ ଧରିବାକୁ ରାସ୍ତା ଉପରକୁ ଆସିଗଲା।
ଚନ୍ଦ୍ରର ସୁନ୍ଦରତା ଆଉ ଆକର୍ଷଣ ଦେଖି
ତାକୁ ପାଇବା ପାଇଁ ଆତୁର ହୋଇ
ହାଥ ବଢ଼ାଇ ଖୁସି ଖୁସି ଚନ୍ଦ୍ରକୁ ଧରିବାକୁ
ହାଥ ବଢ଼ାଇ ରାସ୍ତାଟି ପାର କରିଗଲା।
ଚନ୍ଦ୍ରମା ହାଥଠାରୀ ଡାକୁଥିଲା
ଆଉ ଶିଶୁଟି ଚାଲି ପଡିଲା
ଏକ ଅଗମ୍ୟ ରାସ୍ତାରେ
କିଏ ଜାଣିଥିଲେ ଏହି ରାସ୍ତାଟି
ଶିଶୁଟିକୁ କୁଆଡେ ନେଇଁଯାଉଛି
ଏକ ମାଆ ଆଉ ଶିଶୁଟିର ବିଚ୍ଛେଦର
ଚନ୍ଦ୍ରମାଟି ଆଜି ସାକ୍ଷୀ ହେଇଛି।
©ଲତା ତେଜେଶ୍ଵର 'ରେଣୁକା'