STORYMIRROR

Lata Tejeswar renuka

Others

3  

Lata Tejeswar renuka

Others

ମାଆର ଛାତିକୁ ଲାଗିକରି

ମାଆର ଛାତିକୁ ଲାଗିକରି

1 min
777


ମାଆର ଛାତିକୁ ଲାଗିକରି


ଶିଶୁଟି ଫଟା ପଣତ କାନିରୁ


ଗୋଲ ଧଳା ଚନ୍ଦ୍ରକୁ ଚାହୁଁଥିଲା


ପୁରା ଦିନ କାମକରି ଶୀତରୁ ମୁକ୍ତିପାଇଁ


ଦୁକାନର ବାରଣ୍ଡାରେ ବସି ବସି


ମାଆଟିର ଥକୀ ଝାଉଁଳି ପଡିଥିବା


ଆଖିରେ ନିଦର ପରତ ଛୁଇଁଗଲା,


ହାଥଟି ଯେମିତି ଢ଼ିଲା ପଡ଼ିଗଲା


ଶିଶୁଟି ଧୀରେ ମାଆର ପଣତ କାନି ଛାଡ଼ି


ଚନ୍ଦ୍ରକୁ ଧରିବାକୁ ରାସ୍ତା ଉପରକୁ ଆସିଗଲା।


ଚନ୍ଦ୍ରର ସୁନ୍ଦରତା ଆଉ ଆକର୍ଷଣ ଦେଖି


ତାକୁ ପାଇବା ପାଇଁ ଆତୁର ହୋଇ


ହାଥ ବଢ଼ାଇ ଖୁସି ଖୁସି ଚନ୍ଦ୍ରକୁ ଧରିବାକୁ


ହାଥ ବଢ଼ାଇ ରାସ୍ତାଟି ପାର କରିଗଲା।


ଚନ୍ଦ୍ରମା ହାଥଠାରୀ ଡାକୁଥିଲା


ଆଉ ଶିଶୁଟି ଚାଲି ପଡିଲା


ଏକ ଅଗମ୍ୟ ରାସ୍ତାରେ


କିଏ ଜାଣିଥିଲେ ଏହି ରାସ୍ତାଟି


ଶିଶୁଟିକୁ କୁଆଡେ ନେଇଁଯାଉଛି


ଏକ ମାଆ ଆଉ ଶିଶୁଟିର ବିଚ୍ଛେଦର


ଚନ୍ଦ୍ରମାଟି ଆଜି ସାକ୍ଷୀ ହେଇଛି।




©ଲତା ତେଜେଶ୍ଵର 'ରେଣୁକା'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍