STORYMIRROR

Lata Tejeswar renuka

Others

2.1  

Lata Tejeswar renuka

Others

ମୋର ମାଟି

ମୋର ମାଟି

1 min
2.2K


ମୋର ମାଟି

ମୁଁ ଖେଳୁଥିଲି ସେଇ ମାଟିରେ

ଯଉ ମାଟିରେ ମୋର ଜନ୍ମଭୂମିଟି ଅଛି ।

 

ଯଉ ମାଟିରେ ମୋର ପ୍ରଥମ ପାଦ ପଡ଼ିଥିଲା

ଯଉ ମାଟିରେ ମୋର ମାଆ ବାପା

ମୋତେ କୋଳେଇ ଗର୍ବ କରିଥିଲେ

ଯଉ ମାଟି ଖାଇ

ମୁଁ ପ୍ରଥମଥର ପାଇଁ ମୋର ଜନ୍ମଭୂମିର

ସ୍ୱାଦ ଚାଖି କରି ତା'ର ଋଣୀ ହୋଇ ଥିଲି

ସେଇ ମାଟିର ସୁଗନ୍ଧ ଆଜି ବି  

ସେଇ ଜାଗାକୁ ମୋତେ ଟାଣିନେଉଛି 

 

ସେଇ ମାଟିରେ ହିଁ ମୁଁ

ପ୍ରଥମେ ଫୁଲର ସୁଗନ୍ଧ ଆଘ୍ରାଣ କରିଥିଲି 

ମାଟିର କୋମଳ ସ୍ପର୍ଶ

ମୋତେ ବାରମ୍ବାର ଡାକୁଛି

କିନ୍ତୁ ମୁଁ ଅସହାୟ

ଦୂରେ ରହି ସେଇ ଦିନମାନଙ୍କୁ ମନେପକେଇ

କେବଳ ଦୁଃଖ ଅନୁଭବ କରୁଛି ।

 

©ଲତା ତେଜେଶ୍ଵର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍