STORYMIRROR

Lata Tejeswar renuka

Abstract

3  

Lata Tejeswar renuka

Abstract

ଆଶାର କିରଣ

ଆଶାର କିରଣ

1 min
13K


ସୂର୍ଯ୍ୟାସ୍ତର ପୂର୍ବ,
ସନ୍ଧ୍ୟାର ଛାୟା ତଳେ
ସାମାନ୍ୟ ମଣିଷ
ଢ଼ିଲା ପଡିଲା ଶରୀରରେ
ବୃଦ୍ଧ କାୟା ନେଇ
ହାଥରେ କାଠର ସାହାରା,
ବୁଝି ଯାଉଥିଲା ଜୀବନର
ଦୀପକ ତଳର ଅନ୍ଧକାରରେ,
ଆଲୋକର ଏକ ଅଶାର କିରଣ

ନେଇ ଚାଲି ଆସୁଛି।


ହାଡ଼ ଦେହରେ ମାଂସର
କିଛି ଚିହ୍ନ ନାହିଁ,
ଅଣ୍ଟାରେ ଗୋଟାଏ ଗାମୁଛା ମାତ୍ର
ନିସ୍ତେଜ ଆଖିରେ
ପୁଅର ରାସ୍ତା ଦେଖୁଛି।

ଭାବୁଛି, ପୁଅ ଆସିବ,
ମାଆଟି ଖଟିଆରେ ପଡିଛି
ଆଖିରେ ତାର ଆଶା ବାନ୍ଧିଛି
ଆଖି ମୁଦିଲା ପୂର୍ବରୁ
ପୁଅ ଆସିଯାଏ,
ତାର ହାତର ପାଣି ପିଇକରି
ତରିଯିବି, କିନ୍ତୁ
ସୁଖା କଙ୍କର ରାସ୍ତା ରେ
କୌଣସି ବାହନର
ଶବ୍ଦ ନାହିଁ,
ଅନ୍ଧାର ଗାଢ଼ ହେଉଛି
ଅମାବାସ୍ୟା ଘେରୁଅଛି
ଆସନ୍ତା ଦିନର ଏକ ନୂତନ
ସୂର୍ଯ୍ୟ ଉଦୟ ପାଇଁ।

©ଲତା ତେଜେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract