STORYMIRROR

Lata Tejeswar renuka

Others

3  

Lata Tejeswar renuka

Others

ହେ କାଳିଆ

ହେ କାଳିଆ

1 min
13K


ହେ ଜଗନ୍ନାଥ
ବର୍ଷରେ ଗୋଟିଏ ଥର ତମେ
ବଡ଼ଦାଣ୍ଡ ବୁଲି ଆସୁଛ
ଗରିବ ଅନାଥ ଜନଙ୍କର ଦୁଃଖ
ଗୁହାରୀ ଶୁଣୁଛ।
ଘୋଡାଗାଡି ବନ୍ଧା ରଥରେ
ତମେ ଖୁବ ସାଜୁଛ
ଛେରା ପହଁରା ଦେଇ ମହାରାଜା
ତୁମର ସ୍ୱାଗତ କରନ୍ତି
ତୁମ ପ୍ରେମରେ ବିଭୋର ହୋଇ
ଶହ ଶହ ଲୋକ ନାଚନ୍ତି
ହୁଳହୁଳି ଦେଇ ରଥ ଟାଣନ୍ତି।

ବର୍ଷରେ ଏଇ ବାରଦିନ
ସବୁ ଆଡେ ଆନନ୍ଦ ମୟ
ଉଲ୍ଲାସମୟ ହୋଇ ଉଠେ।
ତୁମର ମାୟା ଏଇଟା କେମିତି ପ୍ରଭୁ
କି ଲୋକଙ୍କ ମାନସ ପଟରେ
କାଳିଆ ହୋଇ ବିରାଜିଛ।
ଘର ଘର ଗଳି ଗଳି
ତୁମର ଶଙ୍ଖନାଦ ଜୟ-ଜୟକାରରେ
ଫୁଲ ପ୍ରସାଦ ସହିତ ବଡ଼ଦାଣ୍ଡ
ମହକି ଉଠେ।
ହେ ଜଗନ୍ନାଥ!
ତୁମର ଅନନ୍ତ ଦୟା କି
ମନରେ ବସାଇଲେ ସମସ୍ତଙ୍କ
ଦୁଃଖ ହରୁଛ।

ମାଆ ଲଷ୍ମୀଙ୍କୁ ମନରେ ବସାଇ,

ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସଙ୍ଗରେ ବଡ଼ ଦାଣ୍ଡକୁ ଧନ୍ୟ କରୁଛ।

ପ୍ରାର୍ଥନା ସ୍ୱୀକାର କର ହେ କାଳିଆ!
ମନ ପ୍ରାଙ୍ଗଣରୁ ହିଂସା, ନିରାଶା ରୂପର ଅନ୍ଧାରକୁ ଦୂର କରି ପ୍ରେମ ଆଉ ସ୍ନେହ ଭରିଦିଅ।

© ଲତା ତେଜେଶ୍ବର


Rate this content
Log in