ଋତୁରାଜ ବସନ୍ତ
ଋତୁରାଜ ବସନ୍ତ
ବସନ୍ତ ଋତୁର ଶୁଭ ଆଗମନୀ
ସମସ୍ତଙ୍କ ପାଇଁ ହିତ,
ତାହାରି ସ୍ପର୍ଶରେ ଏସାରା ଧରଣୀ
ହୋଇଯାଏ ଉଲ୍ଳସିତ |
ନଥାଏ ବରଷା ନଥାଏ ତ ଖରା
ନଥାଏ ସେଇଠି ଶୀତ,
ସଭିଙ୍କ ମନରେ ହସର ଭାବନା
ହୋଇଯାଏ ଉପନୀତ |
ପରିବେଶ ଥାଏ ସ୍ୱଚ୍ଛ ନିରିମଳ
ପୁଷ୍କରିଣୀ ପଦ୍ମ ଭରା,
ରାତ୍ରି ଆଗମନେ ନୀଳ ଆକାଶରେ
ଜଲୁଥାନ୍ତି କୋଟି ତାରା |
ବୃକ୍ଷ ଲତାଠାରେ ନୂତନ ପଲ୍ଳବ
ଦିଶଇ କି ଶୋଭାବନ,
ଦର୍ଶନରେ ଏହି ଦିବ୍ଯ ଶୋଭାରାଶି
ପୂତ ହେବ ମୋ ନୟନ |
ଦୁରୁ ବହି ଆସେ କୋଇଲିର ସେହି
ସୁମଧୁର କୁହୁସ୍ୱନ,
ଆହା କି ମଧୁର କେଡ଼େ ମନୋହର
କିଣି ନେଇଯାଏ ମନ |
ବସନ୍ତର ଏହି ଶୀତଳ ପବନ
ଦେହରେ ଦେଇଛି ବଳ
,
ଆମ୍ବ ବଉଳର ସୌନ୍ଦର୍ଯ୍ୟ ଦେଖିଲେ
ମନ ମୋ ହୁଏ ଚଞ୍ଚଳ |
ଫୁଲ ବଣ ଥାଏ କୁସୁମେ ପୁରିତ
ନାନା ରଙ୍ଗ ପୁଷ୍ପ ଭରି ,
ମଧୁକରମାନେ ମହୁ ଲୋଡୁଥାନ୍ତି
ମଧୁର ଚୁମ୍ବନ କରି |
ସଭିଙ୍କ ଭିତରେ ଭାବ ଭରିଦିଏ
ପବିତ୍ର ହୋଲି ଉତ୍ସବ,
ସଭିଏଁ ଏକାଠି ରଙ୍ଗ ଖେଳିଥାନ୍ତି
ଭୁଲିଯାଇ ଭେଦଭାବ |
ଚଇତ୍ର ମାସର ଶୁକଳ ପକ୍ଷରେ
ଶ୍ରୀରାମ ନବମୀ ହୁଏ,
ରଘୁକୁଳ ନାଥ ଶ୍ରୀରାମଚନ୍ଦ୍ରଙ୍କ
ଗୁଣକିର୍ତ୍ତୀ ମାନ ଗାଏ |
ଋତୁଙ୍କ ମଧ୍ଯରେ ଅଟେ ସେହି ରାଜା
ନାମ ତାର ଋତୁ ରାଜ,
ନାନା ରଙ୍ଗ ଭରି ପୃଥୀବି ପୃଷ୍ଠକୁ
କରଇ ନବୀନ ସଜ |
ଅନୁଭବୀ ନେତ୍ର ଦେଖିଥାଏ ସିନା
ବସନ୍ତ ଋତୁର ହିତ,
ତାର ଆଗମନେ ହସଭରା ହୁଏ
ସଭିଙ୍କ ଜୀବନ ପଥ |