STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ହୋଲିରେ ହୋଲି

ହୋଲିରେ ହୋଲି

1 min
184

ହୋଲି ରେ ହୋଲି ଆସିଛି ହୋଲି

ରଙ୍ଗ ବେରଙ୍ଗ ପସରା ମେଲି

ହୋଲି ରେ ଭୁଲିବା ଆପଣା ପର

ସବୁ ହୃଦୟରେ କରିବା ଘର ।।


ବରଷ କେ ଥରେ ଦୋଳ ବିମାନରେ

କହ୍ନେଇ ଯାଉଛି ରାଇଜ ବୁଲି

ଶ୍ରଦ୍ଧାରେ ଶ୍ରଦ୍ଧାଳୁ ନାଚି ନାଚି ଯାନ୍ତି

କାନ୍ଧରେ ବସାଇ ଖେଳାନ୍ତି ଦୋଳି ।।


ହୋଲି ରେ ହୋଲି ଦେବା ହୃଦୟ ଖୋଲି

ଭାଇଚାରା ପରମ୍ପରା ବାଣ୍ଟି ବାରତା

ବାର ମାସରେ ପରବ ତେର ଓଡ଼ିଶା ରାଇଜେ

ଘଣ୍ଟ ଘୋଡେଇ ରଖନ୍ତୁ ଜଗତ କରତା ।।


ଦୋଳ ମେଲଣ ନା ' ନା ରଙ୍ଗେ ହସେ ଜୀବନ

ଆବାଳ ବୃଦ୍ଧ ବନିତା ସ୍ମୃତି ସାଇତା

ରଙ୍ଗ ବରଷି ଯାଉ ଏମିତି ବରଷୁ ଥାଉ

ସମସ୍ତଙ୍କୁ ମୋର ହୋଲି ଶୁଭେଚ୍ଛା ବାରତା ।।



Rate this content
Log in

Similar oriya poem from Abstract