ଜଳିବାରେ ନାହିଁ ଅନ୍ତ
ଜଳିବାରେ ନାହିଁ ଅନ୍ତ
ଫଗୁଣ ଜଳୁଛି
ଫଗୁର ଧୂଆଁରେ
ପ୍ରଜାପତି ଜଳେ
ଫୁଲର ନିଆଁରେ ।।
ତମେ ବି ଜଳୁଛ
କାହା ଇଶାରାରେ
ମୁଁ ବି ଜଳୁଛି
ତୁମ ବିରହରେ ।।
ଦିନ ବି ଜଳୁଛି
ଝାଞ୍ଜିର ତାତିରେ
ରାତି ବି ଜଳୁଛି
ଲକ୍ ଡାଉନରେ ।।
ଜହ୍ନ ଜଳୁଅଛି
କଇଁ ଚାହାଣୀରେ
ମନ ଜଳୁଅଛି
ମାନସୀ ମାୟା
ରେ ।।
ଅନ୍ଧାର ଜଳୁଛି
ଆଲୁଅ କୋହରେ
ମଣିଷ ଜଳୁଛି
କଳିର ମୋହରେ ।।
ଜୀବନ ଜଳୁଛି
ଜୀବିକା ଧାସରେ
ଦୁନିଆ ଜଳୁଛି
କରୋନା ଗ୍ରାସରେ ।।
ଏନ୍ତୁଡି ଜଳୁଛି
କଅଁଳ ରାବରେ
ଜୁଇ ବି ଜଳୁଛି
ଶେଷ ନିଶ୍ବାସରେ ।।
ଜଳିବାରେ ନାହିଁ ଅନ୍ତ
ଜଳି ଜଳି ଯିଏ ଜିଇଁବା ଶିଖିଛି
ସେହି ଏକା ପ୍ରାଣବନ୍ତ ।।