Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Nayak

Tragedy

4  

Amulya Kumar Nayak

Tragedy

ଶତାକ୍ଷୀର ସତକଥା

ଶତାକ୍ଷୀର ସତକଥା

1 min
406



'ସମୟ ପୁରୁଷ' ସ୍ମୃତି ଚନ୍ଦନ'ରେ

   'ଜୁଆର ଯେଉଁଠି ଉଠେ'

'ଝଡ ପରେ ସୂର୍ଯ୍ଯୋଦୟ' ଦେଖିବାକୁ

    ଆସ ଆଠଗଡ ପୀଠେ ।


ରାଧାନାଥ ପୁର, କଟକ ନଗର

    'ସଂହତିର ସେ ସଂହିତା'

'ରୂପମ୍ ରୂପମ୍ ପ୍ରତି ରୂପମରେ

    'ଶକ୍ତି ରୂପେଣ ସଂସ୍ଥିତା' ।


ଆମେ ସବୁ ଆଜି 'ନିରବ ଦର୍ଶକ'

    'ବୈଦେହୀ ବିସର୍ଜିତା'

'ସ୍ମୃତିର ନୈମିଷାରଣ୍ଯ' କହୁଛି

    'ଅର୍ଦ୍ଧ ନାରୀଶ୍ବର' ଗାଥା ।


ରାଧାନାଥ ରଥ,ସାବିତ୍ରୀ ଦେବୀଙ୍କ

    ଥିଲ ଚତୁର୍ଥ ସନ୍ତାନ

ଅର୍ଥନୀତି ସିନା ଥିଲା ପାଠ ପଢା

   ସାହିତ୍ଯ ସାଧନେ ମନ ।


'ବଣ ରାଇଜର ବଣି' ବାହୁନୁଛି

    ଧରି 'ଅଧା ଲେଖା ଚିଠି'

ଆହେ ମନୋରମା ସାହିତ୍ଯ ପ୍ରତିମା

    ଆଉ ଅଧେ ଲେଖ ଉଠି ।


"ଝିଟିପିଟି କହେ" ଧାର ଧାର ଲୁହେ

    "ଶତାକ୍ଷୀ"ର ସତକଥା

ସଂସ୍କାରବାଦର ଦରଦୀ ମାନବୀ

    ମନୋରମା ମନବ୍ଯଥା ।


ଚିର ନିଦ୍ରାଗଲ ଚିର ଋଣିକରି

    ଅନନ୍ତ ଶୟନ ଦିନେ

ଚିର ନମସ୍ଯା ଚିର ବନ୍ଦନୀୟା

    ପ୍ରତିଟି ଓଡିଆ ପ୍ରାଣେ ।


 


Rate this content
Log in

Similar oriya poem from Tragedy