ନୀରବତା
ନୀରବତା
ଚାରିପାଖେ ଆଜି କେବଳ ନୀରବତା,
ଆନନ୍ଦିତ କରୁଥିବା ମୁହୂର୍ତ୍ତ ଆଜି ଲାଗେ ଅଭିଶପ୍ତ,
ସତରେ କେତେ ଦୁର୍ବିସହ,
ଏକାକୀ ରହିବାର ଯନ୍ତ୍ରଣା,
ନିଜ ଲୁହ,କୋହ କୁ ଚାପି ରଖିବାର କଷ୍ଟ,
ଭାବ ପ୍ରକାଶର ଅକ୍ଷମତା....
ତଥାପି ସହିବାକୁ ପଡ଼େ,
କେତେ ନିନ୍ଦା, ଅପବାଦ,
କେତେ ଲାଞ୍ଛନା.....
କାନ୍ଦି କାନ୍ଦି ଲୁହ ଶୁଖିଗଲେ ମଧ୍ୟ
ଯନ୍ତ୍ରଣା କମେନା...
ଶେଷରେ ସାମୟିକ ନୀରବତା,
ଚିରନିଦ୍ରାରେ ପରିଣତ ହୁଏ,
ବାସ୍ ତା'ପରେ ଆରମ୍ଭ ହୋଇଯାଏ,
ଏଇ ଭଦ୍ର ସମାଜର କୁମ୍ଭୀର କାନ୍ଦଣା...