ବସନ୍ତ ଉତ୍ସବ
ବସନ୍ତ ଉତ୍ସବ
ରଙ୍ଗା ଅଧରଙ୍କ ନଟବର ବେଶ
ଦିଶେ କେଡେ ଶୋଭାବନ ,
ବସନ୍ତ ଋତୁର ପହିଲି ଫଗୁଣେ
ରାସ ରଚିବେ ମୋହନ ।
କେଡେ ମନୋରମ ବୃନ୍ଦାବନ ଧାମ
ଯମୁନା କୂଳିନେ ହରି ,
କଦମ୍ବର ମୂଳେ ଶ୍ରୀରଙ୍ଗା ଅଧରେ
ମୋହନ ମୁରଲୀ ଧରି ।
ତ୍ରିଭଙ୍ଗୀ ଛନ୍ଦିରେ ହୋଇଛନ୍ତି ଉଭା
ଚିତ୍ତ ଚୋର ବଂଶୀଧର ,
ରୁପକlନ୍ତି ମୋହେ ଚଉଦ ଭୁବନ
ନବକାନ୍ତି ଜଳଧର ।