ଦୁର୍ଗତିନାଶିନୀ
ଦୁର୍ଗତିନାଶିନୀ
ଆସିଲା ଶରତ ହସିଲା ଜଗତ
ଆସିବେ ମାଆ କାତ୍ଯାୟନୀ
ଚାହିଁ ବସିଛନ୍ତି ସକଳ ଭକତ
ଆସ ଶକ୍ତି ସ୍ବରୂପିଣୀ ।
ଦୁଷ୍ଟ ଶକ୍ତି ସଂହାର କରିବାପାଇଁ
ହୋଇଥାଉ ଆବିର୍ଭାବ
ହାତରେ ତ୍ରୀଶୂଳ ଧରି ଉଭା ହେଉ
ତୋ ମହିମା କେ ବୁଝିବ ।
ସେହି ତ୍ରୀଶୂଳକୁ ଭଗବାନ ଶିବ
ତୋତେ ମାଆଲୋ ଦେଇଥିଲ
ସେ ତ୍ରୀଶୂଳ ତିନି ଶକ୍ତିର ପ୍ରତୀକ
ଧରି ଆସୁ ମର୍ତ୍ତ୍ଯପୁରେ ।
ଜ୍ଞାନ ରୂପେ ସରସ୍ବତୀ ରହିଥାନ୍ତି
ଶ୍ରୀ ରୂପେ ମହାଲକ୍ଷ୍ମୀ
ଶକ୍ତି ରୂପରେ ମାଆ କାଳୀ ନାମ ବହି
ନାଶୁ ଆସୁରିକ ଶକ୍ତି ।
ବିଦ୍ଯା ଧନ ଆଉ ଶକ୍ତିର ଦେବୀ ତୁ
ଯେଣୁ ଅଟୁ ମହାମାୟା
ଭକତିରେ ତୋତେ ପୂଜନ୍ତି ସକଳେ
ପାଇବେ ବୋଲି ତୋ ଦୟା ।
ତୋ ପରେ ଭରସା କରି ତୋ ଚରଣେ
ଶରଣ ପଶୁଛି ମୁହିଁ
ଆପଦେ ବିପଦେ ତୋ ପଣତ କାନି
ଦେବୁଲୋ ମାଆ ଘୋଡାଇ ।
ଧନ ସମ୍ପତ୍ତି ମୁଁ ମାଗୁନି ମାଆଲୋ
କୃପାଦୃଷ୍ଟି ରଖିଥିବୁ
ଦୁର୍ଗତି ନାଶିନୀ ଦୟାବତୀ ନାମ
ସାର୍ଥକ ତୋର କରିବୁ ।