STORYMIRROR

Shantilata Rath

Others

3  

Shantilata Rath

Others

ମୁଁ ଯେବେ ମରିଯିବି

ମୁଁ ଯେବେ ମରିଯିବି

1 min
246

ମୁଁ ଯେବେ ମରିଯିବି ଆହେ ଜଗନ୍ନାଥ 

     ବଢାଇଦେବ ତୁମର ସେ ଅଦୃଶ୍ୟ ହାତ ।

ଆଶୀର୍ବାଦ ଦେଇ ମୋତେ ତୁମେ ଚାଲିଯିବ 

ତେବେ ଯାଇ ଆତ୍ମା ମୋର ତୃପତି ଲଭିବ ।

ତୁମ ପରଶରେ ଧନ୍ୟ ହେବ ମୋ ଜୀବନ

ପାପ ତାପ ଦୂରେ ଯିବ ତୁମକୁ ଦେଖିଣ

ଆଖି ମୁଜି ଦେଲାବେଳେ ତୋ ଚକା ନୟନ 

ଦେଖି ଯେମିତି କାଳିଆ ହେବ ମୋ ମରଣ

ତେବେ ଯାଇ ଆତ୍ମା ମୋର ଆନନ୍ଦେ ହସିବ

ସତେକିରେ ଏ ଆଶା ମୋ ପୂରଣ ହୋଇବ ।

ଜାଣିନି କାଳିଆ କେଉଁ ପାପ ମୁଁ କରିଛି 

ମନ,ଦେହ,ଜୀବନକୁ ତୋତେ ସମର୍ପିଛି ।

ସବୁଦିନେ ଡାକିଅଛି ସୁବୁଦ୍ଧି ଦେବାକୁ

ହୋଇଛି ନେହୁରା ସଦା ସୁପଥେ ନେବାକୁ ।

ପାପ ପୂଣ୍ୟ ସବୁ ତୋର ମୋର ନାହିଁ କିଛି 

ଦୋଷ କ୍ଷମା କରିବୁରେ ହାତ ମୁଁ ଯୋଡୁଛି

ତୋ କଳାବଦନ ଦେଖି ଗଲେ ମୋ ଜୀବନ

ଲଭିବି ମୁଁ ଚିରଶାନ୍ତି ହୋଇଯିବି ଧନ୍ୟ 

କିଏ ଜାଣେ କେତେବେଳେ ମୋ ଜୀବନ ଯିବ 

ଜଣାଉଛି ସେଥିପାଇଁ ତୋର ଦୟା ଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍