STORYMIRROR

Shantilata Rath

Classics

3  

Shantilata Rath

Classics

କେମିତି କାଳିଆ କହ ଭୁଲିବି ତୋତେ

କେମିତି କାଳିଆ କହ ଭୁଲିବି ତୋତେ

1 min
170

ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ 

ଏ ଜନମେ ଆଶରା ମୁଁ କରିଛି ତୋତେ 

ଡାକି ଡାକି ଯିବି ମରି  

ହେଲେ ମୁଁ ଯିବିନି ହାରି

ଜୀବନ ସାରା ଏମିତି ଡାକିବି କେତେ 

କେମିତି କାଳିଆ କହ ଭୁଲିବି ତୋତେ ।

ଦୁଃଖ ସୁଖ ଯାହା ଦେବୁ  ହାତ ପାତି ସବୁ ନେବି

ଦୁଃଖରେ ସୁଖରେ ତୋତେ  ନିତି ଦିନ ଡାକୁଥିବି 

ସୁଖରେ ହସି ଡାକିବି    ଦୁଃଖରେ କାନ୍ଦି ଡାକିବି 

ସେ ହସରେ ତୁ ଥିବୁ  ସେ ଲୁହରେ ତୁ ଥିବୁ 

ମନରୁ କେମିତି କହ ଭୁଲିବି ତୋତେ 

ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ ।

ତୁ ପରା ଦୁଃଖହାରୀ ନିଶ୍ଚେ ମୋ ଦୁଃଖ ହରିବୁ

ଅନ୍ତର୍ଯ୍ୟାମୀ ନାଥ ତୁହି ମୋ ମନ କଥା ବୁଝିବୁ

ତୁ ପତିତପାବନ  ମୋ ପାପ କରି ଖଣ୍ଡନ 

ଦୟା ସାଗରୁ ତୋହରି କଣିକାଏ ଦାନ କରି

ମୁକତି ପାଇଁ ଭରସା କରିଛି ତୋତେ 

କେମିତି କାଳିଆ କହ ଭୁଲିବି ତୋତେ ।

ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ ।

ସୁଖ ପାଇ ମୁଁ ହସିଲେ ଭଲ ଲାଗେ ନା କି ତୋତେ 

ଦୁଃଖ ପାଇ ମୁଁ କାନ୍ଦିଲେ ଆନନ୍ଦ ମିଳେ କି ତୋତେ 

ଯାହା ଲାଗେ ଭଲ ତୋତେ  ଖୁସିରେ ଦେବୁରେ ମୋତେ 

ତାହା ମୁଁ ଭୋଗ କରିବି ଭଲ ମନ୍ଦ ନ ବାଛିବି

ଅଭିଯୋଗ କରିବିନି ଦିନେ ମୁଁ ତୋତେ 

ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ 

କେମିତି କାଳିଆ କହ ଭୁଲିବି ତୋତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics