କେମିତି କାଳିଆ କହ ଭୁଲିବି ତୋତେ
କେମିତି କାଳିଆ କହ ଭୁଲିବି ତୋତେ
ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ
ଏ ଜନମେ ଆଶରା ମୁଁ କରିଛି ତୋତେ
ଡାକି ଡାକି ଯିବି ମରି
ହେଲେ ମୁଁ ଯିବିନି ହାରି
ଜୀବନ ସାରା ଏମିତି ଡାକିବି କେତେ
କେମିତି କାଳିଆ କହ ଭୁଲିବି ତୋତେ ।
ଦୁଃଖ ସୁଖ ଯାହା ଦେବୁ ହାତ ପାତି ସବୁ ନେବି
ଦୁଃଖରେ ସୁଖରେ ତୋତେ ନିତି ଦିନ ଡାକୁଥିବି
ସୁଖରେ ହସି ଡାକିବି ଦୁଃଖରେ କାନ୍ଦି ଡାକିବି
ସେ ହସରେ ତୁ ଥିବୁ ସେ ଲୁହରେ ତୁ ଥିବୁ
ମନରୁ କେମିତି କହ ଭୁଲିବି ତୋତେ
ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ ।
ତୁ ପରା ଦୁଃଖହାରୀ ନିଶ୍ଚେ ମୋ ଦୁଃଖ ହରିବୁ
ଅନ୍ତର୍ଯ୍ୟାମୀ ନାଥ ତୁହି ମୋ ମନ କଥା ବୁଝିବୁ
ତୁ ପତିତପାବନ ମୋ ପାପ କରି ଖଣ୍ଡନ
ଦୟା ସାଗରୁ ତୋହରି କଣିକାଏ ଦାନ କରି
ମୁକତି ପାଇଁ ଭରସା କରିଛି ତୋତେ
କେମିତି କାଳିଆ କହ ଭୁଲିବି ତୋତେ ।
ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ ।
ସୁଖ ପାଇ ମୁଁ ହସିଲେ ଭଲ ଲାଗେ ନା କି ତୋତେ
ଦୁଃଖ ପାଇ ମୁଁ କାନ୍ଦିଲେ ଆନନ୍ଦ ମିଳେ କି ତୋତେ
ଯାହା ଲାଗେ ଭଲ ତୋତେ ଖୁସିରେ ଦେବୁରେ ମୋତେ
ତାହା ମୁଁ ଭୋଗ କରିବି ଭଲ ମନ୍ଦ ନ ବାଛିବି
ଅଭିଯୋଗ କରିବିନି ଦିନେ ମୁଁ ତୋତେ
ଡାକୁଥିବି ଦୁଃଖ ପଛେ ଦେଏ ତୁ ଯେତେ
କେମିତି କାଳିଆ କହ ଭୁଲିବି ତୋତେ ।