STORYMIRROR

Shantilata Rath

Others

3  

Shantilata Rath

Others

ସତ କଥା କହିବୁକି କଳାଠାକୁର

ସତ କଥା କହିବୁକି କଳାଠାକୁର

1 min
152

ସତ କଥା କହିବୁକି କଳାଠାକୁର

ଛଳିଆରେ ମୋ ଠାରେ ତୁ ଛଳ ନକର

ତୋ ବଡଦାଣ୍ଡରେ ଥରେ ଠିଆ ହୋଇଗଲେ

ଭୋକ ଶୋଷ ବାଧା ବିଘ୍ନ କାହିଁ ଯାଏ ଦୂରେ 

ଭୁଲି ଯାଏ କିମ୍ପା ମୋର ଘରସଂସାର 

ସତ କଥା କହିବୁକି କଳାଠାକୁର  ।

ଭାବେ ଯଦି ତୋ ସେବକ ହୋଇଥାନ୍ତି ମୁହିଁ 

କେତେ ସୁଖ ପାଉଥାନ୍ତି ନିତି ତୋତେ ଛୁଇଁ 

ପିନ୍ଧାଇ ଦିଅନ୍ତି ନିତି କୁସୁମ ହାର

ଆର ଜନ୍ମେ କରିବୁରେ ସେବକ ତୋର  ।

ତୋ ମହାପ୍ରସାଦ ଖାଇ ଯାଆନ୍ତା ଦିନ 

ତୋ ସେବା କରି ନିଜକୁ ମଣନ୍ତି ଧନ୍ୟ 

ଶ୍ରୀମନ୍ଦିର ବେଢା ଘର ହୁଅନ୍ତା ମୋର 

ସତ କଥା କହିବୁକି କଳାଠାକୁର  ।

କି କୁହୁକ ଡୋରି ଧରୁ କାଳିଆରେ ତୁହି 

ତୋତେ ଛାଡି ଆସିବାକୁ ମନ ବଳେ ନାହିଁ 

ନାଚେ ମୋ ଆଗିରେ ସଦା ବଦନ ତୋର 

ସତ କଥା କହିବୁକି କଳାଠାକୁର  ।



Rate this content
Log in