ଜାତୀୟ ପତାକା
ଜାତୀୟ ପତାକା
ସ୍ୱାଧୀନ ଦେଶର ସନ୍ତାନ ଆମେରେ
ସ୍ୱାଧୀନ ଚେତନା ହୃଦୟେ ଭରା
ଜାତିର ସମ୍ମାନ ଜାତୀୟ ପତାକା
ଗର୍ବରେ ଉଡୁଛି ଭାରତ ସାରା ।
ତିନୋଟି ରଙ୍ଗର ଅପୂର୍ବ ମିଶ୍ରଣ
ତ୍ରିରଙ୍ଗା ପତାକା ନାମରେ ଖ୍ୟାତ
ପବନ ପରଶେ ନାଚି ନାଚି କହେ
ଆମେ ଦେଶବାସୀ ସମ୍ପୂର୍ଣ୍ଣ ମୁକ୍ତ ।
ଉପରି ଭାଗଟି କେଶର ରଙ୍ଗର
ବାରତା ଦେଉଛି ବୀରତ୍ୱ, ତ୍ୟାଗ
ସତ୍ୟ, ପଵିତ୍ରତା ଶାନ୍ତିର ବାରତା
ଦେଉଛି ମଝିରେ ଧବଳ ରଙ୍ଗ ।
ନିମ୍ନରେ ସବୁଜ ରଙ୍ଗଟି ସଙ୍କେତ
ବାରତା ସମୃଦ୍ଧି,ବିଶ୍ୱାସ,ଶ୍ରମ
ଗାଢ଼ ନୀଳ ରଙ୍ଗ ଶୋଭିତ ଚକ୍ରଟି
କହେ ବାର୍ତ୍ତା ନ୍ୟାୟ,ପ୍ରଗତି,ଧର୍ମ ।
ପତାକା ନୁହେଁ ସେ ଦେଶର ଗୌରବ
ସଦଭାବନାର ପ୍ରତୀକଟିଏ
ଏକତା ସୂତ୍ରରେ ବାନ୍ଧିଛି ଆମକୁ
ଦେଶପୀରତିର ପ୍ରେରଣା ଦିଏ ।
