ନାରୀ
ନାରୀ
କାହା ପାଇଁ ସେ ଆନନ୍ଦଦାୟୀନି
କାହା ପାଇଁ ସେ ମନମୋହିନୀ
କାହା ପାଇଁ ସେ ସଫଳତାର ଦ୍ଵାର
କାହା ପାଇଁ ସେ ମରଣର ଘର ।
କାହା ପାଇଁ ସେ ଅର୍ଦ୍ଧାଙ୍ଗିନୀ
କାହା ପାଇଁ ସେ ପ୍ରେମ କାହାଣୀ
କାହା ପାଇଁ ସାତ ଜନ୍ମର ସାଥି
କାହା ପାଇଁ ସେ ତ୍ୟାଗର ମୂର୍ତ୍ତି ।
ତା ହସରେ ହସୁଥାଏ ପ୍ରତିଟି ସଂସାର
ତା ଲୁହରେ ଜଳିଯାଏ ସୁନାର ସହର
ଶକ୍ତିର ସ୍ୱରୂପ ସିଏ ସଂହାରକାରିଣୀ
ଆନନ୍ଦଦାୟୀନି ପୁଣି ବିଶ୍ୱବିଜୟୀନି ।
ସ୍ୱାମୀର ଭାଗ୍ୟରେ ବନ୍ଧା ତାର ଭାଗ୍ୟ
ବାଣ୍ଟୁଥାଏ ସ୍ନେହ ପ୍ରେମ କରୁଣାର ଅର୍ଘ୍ୟ।
ନିଜକୁ ଜାଳି ଜାଳି ପାଉଥାଏ ତୃପ୍ତି
ଅପାପ୍ତିରେ ସଦାକାଳ ପୂର୍ଣ୍ଣତାର ପାପ୍ତି ।
ପ୍ରତିକ୍ଷଣେ କଣ୍ଟକିତ ତାର ଚଲାପଥ
ଲୁହ ପିଇ ଗାଉଥାଏ ଆନନ୍ଦର ଗୀତ
ଜନନୀ ଭଗିନୀ ଆଉ ପୁଣି ଜାୟା
ସ୍ରଷ୍ଟାର ଅନନ୍ୟ ସୃଷ୍ଟି ନାଁଟି ଅନନ୍ୟା ।
