STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ଏକ ପୁରୁଣା କାହାଣୀ

ଏକ ପୁରୁଣା କାହାଣୀ

1 min
334

ହଁ ସେଇ ପୁରୁଣା କାହାଣୀ ଆଜି ବି ବଞ୍ଚିଛି

ଅନେକ ଖଣ୍ଡ ବିଖଣ୍ଡିତ

ନୂଆ କାହାଣୀମାନଙ୍କ ଭିତରେ 

ସେଦିନର ସେ ସଳିତା ଆଜି ବି ଜଳୁଛି

ଆଧୁନିକ ଚିକମିକ ରୋଷଣୀ ମାଳାରେ। 


କାହାଣୀ ତ କେବେ ସରେନା

କାରଣ ଜୀବନ କେବେ ବି ମରେନା 

ଗୋଟିଏ କାହାଣୀର ଉପସଂହାରରୁ

ଜନ୍ମ ନିଏ ଅନେକ ନୂତନ କାହାଣୀ

ଓ ସେ କାହାଣୀର ଧାରା ଆଗେଇ ଚାଲେ

ନୂଆ ନୂଆ ଚରିତ୍ରକୁ ନେଇ

ସୃଷ୍ଟି କରି ଅଜସ୍ର ଘଟଣା ଓ ବିସ୍ମିତ କଳ୍ପନା। 


ଆଜିର କାହାଣୀ ଯେଉଁ ଗର୍ବ କରି ବସେ

ତୁଛାଟାରେ ମିଛ ବାହାଦୁରୀ ନେଇ

ମାନ୍ଧାତା ସେ ପୁରୁଣାର 

ଅସଜଡ଼ା ଅକ୍ଷରକୁ ହସରେ ଉଡ଼େଇ 

ଭୁଲିଯାଏ ସେ ଯେ ନିଜର ଅସ୍ତିତ୍ୱ ଆଜି

ଅଙ୍କୁରିତ ହୋଇଥିଲା ଦିନେ

କେଉଁ ଏକ ପୁରୁଣା କାହାଣୀର

କ୍ରମଶଃକୁ ହାତରେ ଆଡ଼େଇ। 


ତଥାପି ଆଜିର କାହାଣୀ ଯେବେ

ବାଟବଣା ହୁଏ କେଉଁ ଏକ ଅନ୍ଧାରୀ ପଥରେ 

ସନ୍ଧାନ ମିଳେ ତାକୁ ନୂଆ ଏକ ଆଲୋକର ଉତ୍ସ

ସେ ପୁରୁଣା କାହାଣୀର ଛିନ୍ନ ପୃଷ୍ଠାରେ ଲିକ୍କାୟିତ

କେଇଟି ସ୍ୱର୍ଣ୍ଣିମ ଶବ୍ଦରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational