Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ପିତା ମାତା

ପିତା ମାତା

1 min
271


ପିତା ମାତା ପରି ଆଉ କେ ଅଛି ସଂସାରେ

ଧନ୍ୟ ସେ ଯେ ଦିଏ ପ୍ରାଣ ତାଙ୍କରି ସେବାରେ |


ପିତା ଧର୍ମ ପିତା ସ୍ୱର୍ଗ ପିତା ଅପବର୍ଗ

ପିତାହିଁ ପରମ ତପ ପିତା ସର୍ବ ଭଗ |


ସନ୍ତାନ ପାଇଁକି ପିତା ଦୃଶ୍ୟ ଭଗବାନ

ପିତା ତାର ପରିଚୟ କରଇ ପ୍ରଦାନ |


ମାତା ତ ମମତାମୟୀ ବାତ୍ସଲ୍ୟ ଦାୟିନୀ

ପିଣ୍ଡର କାରିଣୀ ମାତା ଗରଭ ଧାରିଣୀ |


ଦଶ ମାସ ଦଶ ଦିନ ଧରିଲା ଉଦରେ

ସହି ପ୍ରସୂତି ବେଦନା କଷ୍ଟ ଅକାତରେ |


ସ୍ତନ୍ୟ ଭାଙ୍ଗି କ୍ଷୀର ପାନେ ପୁଷ୍ଟ କଲା ତନୁ

ନିଜ ସୁଖ ବରଜିଲା ତା ମୁଖ ଦର୍ଶନୁ |


ପିତା ମାତା ସ୍ନେହ ତ୍ୟାଗ କେବା ବର୍ଣ୍ଣିପାରେ

ମାତା ପେଟ ପିତା ପିଠି ଦଇବ ବିଚାରେ |


ପାଳି ପୋଷି ଯତନରେ କରିଲେ ମଣିଷ

ନୀଳକଣ୍ଠ ସାଜି ପିଇ ସଂସାରର ବିଷ |


ସନ୍ତାନ ପାଇଁକି ଦୁହେଁ ଦେଖିଲେ ସପନ

ଗଳାମାଳୀ ଦୁଃଖୀ ଧନ ସେ ରଙ୍କ ରତନ |


ଜର ରୋଗ ହେଲେ ଦୁହେଁ ହରାଇଲେ ନିଦ

ସୁତା ସୁତ ଭବିଷ୍ୟତ ଗଢିବାରେ ସିଦ୍ଧ |


ପିତା ମାତା ଋଣ କିଏ ଶୁଝିବ ମହୀରେ

ତାଙ୍କରି ଆଶିଷ ସାହା ବିପଦ ନଈରେ |


ରାମଚନ୍ଦ୍ର କୃଷ୍ଣ ଭୀଷ୍ମ ଯଯାତି ରାଜନ

ଶ୍ରବଣ କୁମାର ଥିଲେ ସୁପୁତ୍ର ରତନ |


ପିତୃ ଦ୍ରୋହୀ ମାତୃ ଦ୍ରୋହୀ ନରକେ ପତନ

ଏଣୁ ପିତା ମାତା ପଦେ ଦିଅ ସଦା ମନ |



Rate this content
Log in

Similar oriya poem from Inspirational