STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ତୁମେ ପରା ଭାବଗ୍ରାହୀ

ତୁମେ ପରା ଭାବଗ୍ରାହୀ

1 min
366


ଭାବ ନାହିଁ ବୋଲି ଅଭାବେ ରହିଛି

ତୁହି ପରା ଭାବଗ୍ରାହୀ

ଧନ ନାହିଁ ବୋଲି ଅଭାବେ ରହିଛି

ଧନବାନ ଏକା ତୁହି

କାଳିଆ ରେ କାଳିଆ ରେ

ତୋ ପରି ଠାକୁର ଜଗତେ ବିରଳ

ତୋର ଅଦ୍ୱିତୀୟ ନାହିଁ।


ଦରିଦ୍ର ସୁଦାମା ଭାବ ରେ ମାଗିଲା

ଭରିଲୁ ଭଣ୍ଡାର ତାର

କୁରୁ ସଭା ତଳେ ଲଜ୍ଜା ନିବାରିଲୁ

ପାଣ୍ଡବ ରାଣୀ କୃଷ୍ଣା ର

ତୋ ଭାବ ସୁମରି ରଘୁ ଅରକ୍ଷିତ

ବିଷ ଥିଲା ପରା ପିଇ

ତାକୁ ତ ରଖିଲୁ ତୁହି

ତୋର ଅଦ୍ୱିତୀୟ ନାହିଁ ।


ଦାସିଆ ବାଉରୀ ଭକ୍ତି ଭାବ ବୁଝି

ତା ଶ୍ରୀ ଫଳ ହାତେ ନେଲୁ

ଭକ୍ତ ବିଭୀଷଣ ଭକତି ରେ ଧନ

ଲଙ୍କା ରେ ରାଜା କରିଲୁ

ଭାବରେ ଡାକିଲା ଭକ୍ତ ସାଲବେଗ

ରଥ ଥିଲୁ ଅଟକାଇ

ତୋ ପରି ଠାକୁର କାହିଁ

ତୋର ଅଦ୍ୱିତୀୟ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational