STORYMIRROR

Mamata Sahu

Others

3  

Mamata Sahu

Others

ପଳାସ

ପଳାସ

1 min
149

ନ ଥିଲେ ନ ଥାଉ

ବାସ ଲୋ ପଳାସ

 ଅପୂର୍ବ ତୋ ଲାସ୍ୟରତା

ରଙ୍ଗ ଫଗୁଣରେ 

ଆବାହନି ତୋର

 କଳ୍ପନାର ତୁ କବିତା।।


ସର୍ବାଙ୍ଗ ସୁଷମା 

ରୂପ ତିଲୋତ୍ତମା

ବୋଲି ଅଛି ତୋର ଅଙ୍ଗେ

ନ ଗୁଞ୍ଜେ ଭଅଁର 

ସଦ୍ୟ ପୁଷ୍ପ ଗୁଚ୍ଛେ

ନାହିଁ ବୋଲି ବାସ ସଙ୍ଗେ।।


ଅନ୍ତ ସୌନ୍ଦର୍ଯ୍ୟର

ଐଶ୍ଵର୍ଯ୍ୟ ସମ୍ଭାର

ଆକର୍ଷଣେ ପରିପୂର୍ଣ୍ଣା

କୋଟି ଜନମନ

ହରି ନେଉ ତୁହି

ଭୁଖଣ୍ଡରେ ବହୁ ବର୍ଣ୍ଣା।।


ଧରା ଉଦ୍ୟାନରେ

ମାଖି ନାଲି ରଙ୍ଗ

ଗୁଞ୍ଜିହୋଇ ତରୁ ଡାଳେ

ଫୁଟିଥାଉ ତୁହି

ରୁପସୀ ନାୟିକା

ଚକ୍ଷୁ ପ୍ରସ୍ଫୁଟିତ ମାଳେ।।


କି ସୁନ୍ଦର ତନୁ 

ଅମୃତ ରକ୍ତିମା

ଝରୁଥାଏ ତୋ ବକ୍ଷରୁ

ଶୁଭ୍ର ଜ୍ୟୋତିର୍ମୟୀ 

ଦିବ୍ୟାଙ୍ଗି ରୂପସୀ

ଛନ୍ଦାୟିତ ପ୍ରକୃତିରୁ।।


ଦର୍ଶାୟୀ ପୀୟୂଷ

ଲୋଭମୟ ପୁଷ୍ପ

ତୋ କଳ୍ପନା କି ସମ୍ଭବ

ଆଦର୍ଶ ରୂପ ତୋ 

ପ୍ରଦତ୍ତ ସଂଯୁକ୍ତ

ହୃଦୟେ ଭରଇ ସ୍ୱାଦ।।

   



Rate this content
Log in