STORYMIRROR

Arjuni charan Behera

Others Children

3  

Arjuni charan Behera

Others Children

ବିଶାଳ ସାମ୍ରାଜ୍ୟ ଅନ୍ତକ

ବିଶାଳ ସାମ୍ରାଜ୍ୟ ଅନ୍ତକ

1 min
383


ନାଲରେ ତା' ନ ଥିବାରୁ ଗୋଟିଏ କଣ୍ଟକ

ଆଗେଇ ପାରିଲାନାହିଁ ଡାକିଆ ଘୋଟକ l


ହକରା କାହୁଁ ଧାଇଁବ ଆଉ ଏତେ ଦୂର

ପହଞ୍ଚି ପାରିଲା ନାହିଁ ଜରୁରୀ ଖବର l


ସମ୍ବାଦ ପ୍ରେରଣେ ଯହୁଁ ଘଟିଲା ବ୍ୟାଘାତ

ବଳଶାଳୀଯୋଦ୍ଧା ହେଲେ ଯୁଦ୍ଧେ ପରାଜିତ l


ଯୁଦ୍ଧେ ପରାଜିତ ହୋଇ ସାମ୍ରାଜ୍ୟ ହାରିଲେ

କି କାରଣେ ଏହାହେଲା ସରବେ ଖୋଜିଲେ l


ଖୋଜି ପାଇଲେ ଏହାର କାରଣ କଣ୍ଟକ

କ୍ଷୁଦ୍ର ହୋଇ ସେ ବିଶାଳ ସାମ୍ରାଜ୍ୟ ଅନ୍ତକ l


ଏଥିରୁ ଶିକ୍ଷା ମିଳିଲା ଏହି କଥା ଭାଈ

ଛୋଟ ହେଲେ ବି ସମସ୍ୟା ହେଳାକର ନାହିଁ ।


Rate this content
Log in