STORYMIRROR

Sudeshna Misra

Inspirational Children

4  

Sudeshna Misra

Inspirational Children

ମା'ର ଶିକ୍ଷା ୧

ମା'ର ଶିକ୍ଷା ୧

1 min
11

ମା ପାଇଁ କେତେ ଯେ କବିତା

                କେତେ ପୁଣି ଗଳ୍ପ

 ଯେତେ ଯାହା ଲେଖିଲେ ବି

                ହେବ ତାହା ସ୍ବଳ୍ପ ।୧।


ଦୂନିଆରେ ପାଦ ଥାପିବା ପୂର୍ବରୁ 

                 ଗଢି ଥିଲା ମତେ 

ତା ଶରୀରରୁ ରକ୍ତ ମାଂସ ଦେଇ   

              କି ସୁନ୍ଦର କଲା ସତେ ୨।


ବସିବା, ଚାଲିବା ଆଦି କାମ ସବୁ

         ଗୋଟି ଗୋଟି କରି ଶିଖାଇଲା।

ପରିଷ୍କାର ପରିଚ୍ଛନ୍ନତା, ସଣ୍ଠଣା ସହ

       ଆଚାର ବ୍ଯବହାର ବତାଇଲା ।୩

 

ସନ୍ଧ୍ୟା ବେଳେ ଚୁଲିମୁଣ୍ଡେ କହୁଥିଲା

           ମହାପୁରୁଷଙ୍କ ବିଷୟରେ ଗପ 

ମନଦେଇ ଶୁଣୁଥିଲି ମହାଭାରତ 

            ରାମାୟଣ, ପାରିଦେଇ ସପ।୪


ସତ୍ୟ ବଚନ କହିବାକୁ ମତେ

        ସଦାବେଳେ  ପ୍ରବର୍ତ୍ତାଏ

ପରୋପକାର କରିବାର

       ଶିକ୍ଷା କାନେ ଭରି ଦିଏ ।୫


କହେ, "ଲୋଭ ହିଂସା ରାଗ ଦ୍ୱେଷ

           ମନରୁ କର ପରିହାର 

ରାଜକାର୍ଯ୍ଯ ଓ ନିଜର କର୍ତ୍ତବ୍ଯ

           ସଚ୍ଚୋଟ ଭାବରେ କର।୬


ମା ଦେଇଥିବା ଶିକ୍ଷା ମତେ

        ଭଲ ବାଟରେ ନେଇଛି

ଦୁଃଖ କଷ୍ଟ ପଡୁପଛେ, ମନେ

       ସନ୍ତୋଷ ଭାବ ହିଁ ରହିଛି। ୭

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational