STORYMIRROR

Sudeshna Misra

Classics

4.1  

Sudeshna Misra

Classics

କାଳିଆ ତୋ ଭାବରେ ବନ୍ଧା

କାଳିଆ ତୋ ଭାବରେ ବନ୍ଧା

1 min
368

ଜ୍ବରରୁ ଭଲହେଇ କାଳିଆ

    ଘରୁ ଆସିଲ ବାହାରି

ଦର୍ଶନ ଦେବାକୁ ଆକୁଳ 

    ପ୍ରିୟ ଭକ୍ତଙ୍କୁ ସବୁରି

ତୁମେ ବାହାରିଛ ଆଜି

    ଦୁଇଟି କାମ ରେ 

ଭାଇ ଭଉଣୀଙ୍କୁ ଘେନି

    ନନ୍ଦିଘୋଷ ରଥରେ

ମାଉସୀ ଘର ବୁଲା ଆଉ

   ପୋଡପିଠା ଖାଇବାରେ

 ସମୟ ବିତେଇବ ପୁଣି 

    ଅଗଣିତ ଭକ୍ତ ଗହଣରେ

 ବାଟରେ ଭେଟିବ ପ୍ରଭୁ

    ବିଭିନ୍ନ କଳା କୁଶଳୀ ଭକ୍ତ

 କୀର୍ତ୍ତନ କରୁଥିବେ, ପୁଣି

    କିଏ ଥିବେ ନୃତ୍ୟ ରତ 

 ଗୋଟିପୁଅ ନୃତ୍ୟ ଆଉ

  ଥିବେ ଓଡ଼ିଶୀ ନୃତ୍ୟାଙ୍ଗନା

 ପାଇକ ପୁଅ ମାନେ

   କରୁଥିବେ ଅସୀ ଚାଳନା 

 ଫଳଫୁଲ ନଡ଼ିଆ ଆଦି

   ଭୋଗ ଡାଲାରେ ରଖି

 ଅପେକ୍ଷା କରିଥିବେ ଜନେ

    ନେଇ ସଜଳ ଆକ୍ଷି

 ଯିଏବି ତୁମକୁ ଖୋଜେ 

    ନୀରଭିଜା ନୟନେ

 ସେ ଭକ୍ତ ମନୋବାଞ୍ଛା 

   ପୂରଣ କରୁଛ ତକ୍ଷଣେ 

 ଭକ୍ତ ପାଇଁ ତୁମର ଯଦି

   ଏତେ ଆନ୍ତରିକ ଭାବନା

 କୁହପ୍ରଭୁ ମୋପାଇଁ କାହିଁ

    ଊଣାକର ତୁମ କରୁଣା

 ଜଗନ୍ନାଥ ତୁମେ ପରା

    ପ୍ରେମ ଭାବର ଠାକୁର

 ମୋ ପାଖେ ବୋଧେ

    ଅଭାବ ସେ ଭାବର

 ମାଗୁଛି ଆଜି ମୁହିଁ ତୁମକୁ

    ହେ କାଳିଆ ଠାକୁର

 ତୁମ ପାଇଁ ରହୁ ସଦା

   ମୋ ଭକ୍ତିଭାବ ନିରନ୍ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics