STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

ସବୁ ଧର୍ମର ଉର୍ଦ୍ଧ୍ବରେ

ସବୁ ଧର୍ମର ଉର୍ଦ୍ଧ୍ବରେ

1 min
439


ଅଜା କହିଥିଲେ ମଜାରେ

ଠାକୁର ନୈବେଦ୍ୟ ବାଢି

"ଖା ମହାପୁରୁ ଖା

ମୁଁ ବନା ଚଉକିଆ ମା"

କହିବୁ ଭୋଗ ମନ୍ତ୍ରରେ।


ଆଜି ବୁଢ଼ୀ ବୟସରେ ଭାବିଲେ ହସ ରୋକି ହୁଏନା

ମୁଁ ଦେବ ଦେବୀ ପୂଜା ରେ ମନ ଦିଏନା

କିନ୍ତୁ ନାହିଁ ମୋର ନାସ୍ତିକ ଭାବନା

ରାତି ଚାରିଟାରୁ ୟା ବାଡି ତା ବାଡି ବୁଲି ଫୁଲ ଆଣିବା କେବେ ଭୁଲେନା

ମାଳ ଗୁନ୍ଥାରେ କେତେବେଳେ ସ୍କୁଲ ବେଳ ହୋଇଯାଏ ଜଣା ପଡେନା ।


ପର୍ବ ପର୍ବାଣୀ ମୋର ମନେ ରୁହେନା 

କିନ୍ତୁ ମୁଁ କୁସଂସ୍କାରୀ ଜମା ଭାବନା।

ନୁହେଁ ମୁଁ ଚରମ ପନ୍ଥୀ

ସବୁ ଧର୍ମର ଉର୍ଦ୍ଧ୍ବ ରେ

ମାନବବାଦ ରେ ବିଶ୍ବାସ କାରୀ ।


ସକାଳ ପ୍ରାତଃ ଭ୍ରମଣରେ ଯାଇ ପାରେନା

ହେଲେ କଦାପି ନୁହେଁ ଅଳସୁଆ।

ପ୍ରତିଦିନ ଘାସ ଆଣେ ,ଖାଏ ମୋ ବଉଳା ।


ସମସ୍ତେ କୁହନ୍ତି ଜିହ୍ୱା ମୋର କଲମ ଠୁ ବି ମୁନିଆଁ

ଚିରି ଦିଏ ମନର ପତଳା ଫର୍ଦ୍ଦ

ଶାଣଦିଆ ପନିକି ଠୁ ବି ଅଧିକ ଧାରୁଆ ।


ବିନା ରକ୍ତ ପାତେ କ୍ଷତ ବିକ୍ଷତ କରିଦିଏ ଆତ୍ମା

ଗ‌ହୀର ବିଲର କଣ୍ଟକିତ ସିଜୁ ଠୁ ବି ବିଷାକ୍ତ

ମୋର ବାକ୍ୟ ବାଣର ଅସହ୍ୟ ଯନ୍ତ୍ରଣା ।


ହଜାର ଗୁଣ ,ଅନେକ ନାମ

ସତରେ ମୁଁ ନାସ୍ତିକ ଟେ! 

ମୁଁ ଏତେ ମାରାତ୍ମକ ।


ମୁଁ ବିଲରୁ ଧାନ ହଳା ଆଣେ

ବାପାଙ୍କ ପାଇଁ ବିଲକୁ ରୁଟି,ତରକାରୀ ନିଏ ।

ଧାନ କଟା ବି ଶିଖିଚି।


ସନ୍ଧ୍ୟା ରେ ସଞ୍ଜ ବତୀ ଦିଏ

ଡିବି, ଲଣ୍ଠନ ପୋଛେ

ମୋର ଏସବୁ ଗୁଣ ନା ବଦ୍ଗୁଣ

କୋଉଟା ଲୋକ ଏବେ ମନେ ରଖିଥିବେ ।


ମୁଁ ନିଜକୁ ନିଜେ ପଚାରେ 

ମୁଁ ଆସ୍ତିକ ନା ନାସ୍ତିକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract