ବାପା
ବାପା
1 min
386
କିଛି ଡାକ ଥାଏ ଅତି ଆପଣାର
ସେ ଡାକ ଅଟଇ ବାପା
କେବେ ଲାଗେ ସିଏ ଅଦିନିଆ ବର୍ଷା
କେବେ ପୁଣି ଦେବୀ କୃପା
ସେ ଆଖୁ ଆରମ୍ଭ ଜୀବନର ଯାତ୍ରା।
ସେ ଅଟେ ଜୀବନ ଭିତ୍ତି।
ସେ ଡାକରେ ଥାଏ କେତେ ଆତ୍ମୀୟତା।
ବଢାଏ ମନର ଶକ୍ତି।।
ମା ସିନା ଦିଏ ମମତାର ଛାଇ ।
ବାପା ଯେ ଲଗାନ୍ତି ଶକ୍ତି।
ସେ ଶକ୍ତି ପଣ ବଦ ଗୁଣକୁ।
ଆମ କରି ଦିଏ ସେତେ ଲୁପ୍ତ।
ମା ଠୁ ଶିଖଇ ଜୀବନର ଶୈଳୀ।
ବାପା ଠୁ ଜୀବନ ମନ୍ତ୍ର।
ସେ ମନ୍ତ୍ର ଆମକୁ ବଞ୍ଚିବା ଶିଖାଏ।
ଜୀବନ ପଡ଼ିଲେ ବଜ୍ର.........।।
