STORYMIRROR

Satyabati Swain

Children

3  

Satyabati Swain

Children

ପୁରୁଷକୁ କାନ୍ଦିବା ମନା

ପୁରୁଷକୁ କାନ୍ଦିବା ମନା

1 min
383


ମାଆ ତ ମାଆ

 ସାବତ ମାଆ କଣ !

 ମା ମୋତେ ଆଦର କି ଗେଲ କରନ୍ତିନି

 କାହିଁକି ?

 ବାବା ଅଫିସ୍ ,ଘର ସହ

 ମୋର ସବୁ କାମ କରନ୍ତି।


ବାବା ଏତେ କାମ କରନ୍ତି 

 ସେ କଣ ଥକନ୍ତିନି କି ଜେଜେ ?


ନା ରେ ଧନ 

ତୋ ବାବା ବା ପୁରୁଷ !

ତା ଛାତି କର୍ତ୍ତବ୍ୟର ଦାୟ ବଦ୍ଧତାରେ

ପଥର

ସମ୍ପର୍କ ଜଞ୍ଜିରରେ ବନ୍ଧା 

ତା ହୃଦୟ

ଧୈର୍ଯ୍ୟର ହିମାଳୟ ହେବାକୁ 

ସେ ବାଧ୍ୟ।


ସବୁ ପୁରୁଷ ନୀଳକଣ୍ଠ।

 ତୁ ବି ଦିନେ ସେମିତି ହେବୁରେ ଧନ।


ଜେଜେ ଉତ୍ତର ମୋତେ ସନ୍ତୁଷ୍ଟ କରେନି 

ବରଂ ଆହୁରି ବିସ୍ମୟ ଖାଇକୁ ଠେଲି ଦିଏ।

ପୁରୁଷର ଏତେ କଷ୍ଟ !

ମୁଁ ଦେଖିଛି

ବାବା ଲୁଚେଇ କାନ୍ଦନ୍ତି।


ମାଆ ତ ଏଡ଼େ ବଡ଼ ପାଟିରେ

ଟିକେ ଟିକେ କଥାରେ କାନ୍ଦି

ଘର ଉଠାଏ କି ପକାଏ !

ବାବା କାହିଁକି ଲୁଚେଇ କାନ୍ଦନ୍ତି ?


ଜେଜେ କୁହନ୍ତି

ସେ ବା " ପୁରୁଷ 

ତାକୁ କାନ୍ଦିବା ମନା"

କାନ୍ଦିଲେ ସମାଜ କହିବ ମାଇଚିଆ ଟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children