STORYMIRROR

BULU BEHERA

Inspirational Children

3  

BULU BEHERA

Inspirational Children

ଉଣେଇଶୀ କ ପଣକିଆ ଗୀତ

ଉଣେଇଶୀ କ ପଣକିଆ ଗୀତ

1 min
317


ଉଣେଇଶୀ  ଏକେ ଉଣେଇଶୀ,


ପୁସ ପୁସ 'ଆ' ପୁଷି  ମାଉସୀ  l


ଉଣେଇଶୀ  ଦୁଗୁଣେ  ଆଠତିରିଷି,


ମୋ' ପାଖକୁ  'ଆ'  ଦେବି ଆଉଁସି l



ଉଣେଇଶୀ  ତିରିକି  ସତାବାନ,


ଧରିବାକୁ  ତୋତେ ହୁଅଇ ମନ  l



ଉଣେଇଶୀ  ଚଉକୁ  ଛସ୍ତରୀ,


ନେ ଖାଇଦେ  ଟିକେ କ୍ଷିରୀ  l



ଉଣେଇଶୀ  ପଞ୍ଚା  ପଞ୍ଚାନବେ,


ତୋତେ  ପୋଷିବି  ନେଇ  ଏବେ  l



ଉଣେଇଶୀ  ଷୋକୋ ଶହେ - ଚଉଦ,


ଡାକୁଛି  ତୋତେ  କରି  ବରାଦ  l



ଉଣେଇଶୀ  ସତା  ଶହେ- ତେତିଶୀ,


ଆମ  ଘରେ  ମୂଷା ଅଛନ୍ତି  ବେଶୀ  l



ଉଣେଇଶୀ  ଅଷ୍ଟା  ଶହେ - ବାଉନ,


ସେମାନଙ୍କୁ  କରିବୁ  ତୁ  ଭୋଜନ  l



ଉଣେଇଶୀ  ନୂଆଁ  ଶହେ - ଏକସ୍ତରୀ,


ମୂଷା ବଂଶକୁ  ତୁ  ନିପାତ  କରି  l



ଉଣେଇଶୀ  ଦଶା  ଶହେ - ନବେ,


ସବୁରି ସେନେହ ପାଇବୁ  ତେବେ  l




Rate this content
Log in

Similar oriya poem from Inspirational