STORYMIRROR

KSHIRADRI SAHU

Children

3  

KSHIRADRI SAHU

Children

ହେ ପ୍ରାଣ ଈଶ୍ୱର

ହେ ପ୍ରାଣ ଈଶ୍ୱର

1 min
260

ହେ ପ୍ରାଣ ଇଶ୍ଵର    ମୋ ହୃଦଠାକୁର

   ମୋ ଜୀବ ଜୀବନ ଧନ,

ହେ ଗଳାର ହାର    ମନ ଚିତ୍ତ ଚୋର

   ତୁମେ ମୋର ଗଣ୍ଠିଧନ ।।


ହେ ଅନାଥ ନାଥ     ଜଗତର ନାଥ

    ମହାବାହୁ କୃପାସିନ୍ଧୁ ,

ହେଅଗତି ଗତି    ମୋର ପ୍ରାଣପତି

    ମୋ ଜୀବନ ପ୍ରାଣବିନ୍ଦୁ । ।


ହେ ଗୋକୁଳାନନ୍ଦ     ନନ୍ଦ କୂଳଚାନ୍ଦ

    ଦୀନ ଜନ ପରିତ୍ରାତା,

ହେ ଜାମଳା ଭଞ୍ଜ    ଦର୍ପଦଳ ଗଞ୍ଜ

    ଜଗତ ଉଦ୍ଧାର କର୍ତ୍ତା । ।


ଯିଏ ଯାହାମାଗେ   ଦିଅ ତାକୁ ଆଗେ

    ଦୟାମୟ ଦଇତାରୀ ,

ମୋ ବେଳରେ କିଆଁ   ଏଡିକି ନିର୍ଦ୍ଦୟା

   ହେଉଅଛ ବଂଶୀଧାରୀ । ।


ତୁମ ବିନା ନାଥ     ଆନେ ନାହିଁ ମାଥ

   କେବଳ ତୁମେ ହିଁ ମୋର,

ଜୀବନ ଯୌବନ    ଏ ମନ ପରାଣ

  ସମର୍ପି ଦେଇଛି ମୋର । ।


ମନେ ବରିଅଛି   ଆହେ ଶିରିବତ୍ସି

  ତୁମେ ମୋ ମନଠାକୁର,

ଚିତ୍ତ-ମତ୍ତି ଦେଇ   ଦିବାନିଶି ଧ୍ୟାୟୀ

   ଆପଣଙ୍କ ଶ୍ରୀପୟର ।।


ମନର ବେଦନା   ବୁଝ ଆହେ କାହ୍ନା

  ଶ୍ରୀଚରଣେ ସ୍ଥାନ ଦିଅ,

କିଣା ଦାସୀଟିଏ    କରିଦିଅ ହାଏ

   ଆହେ ନନ୍ଦରାଣୀ ପୁଅ । ।


ଗୋପୀ ମାନେ ଦିନେ   ପୂଜିଥିଲେ ମନେ

    ତାଙ୍କ ଇଚ୍ଛାପୂର୍ଣ୍ଣ କଲ,

ମୋ ବେଳରେ କିଆଁ    ଆହେ ଚଉବାହା

    କରୁଅଛ କଳ -ବଳ ।।


କୃପାନେତ୍ରେ ଚାହଁ   ଆହେ ଦୟାମୟ

    ଦାସୀ ଇଚ୍ଛା ପୁର୍ଣ୍ଣ କର,

କରୁଣା ନୟନେ    ଦେଖ ଜନାର୍ଦ୍ଧନେ

   ମୁଁ ମୂଢ଼ କିଙ୍କର ଛାର ।।


ଲୋଡ଼ା ନାହିଁ ମୋର   ସ୍ଵର୍ଗ ସୁଖ ଭାର

   କେବଳ ଶ୍ରୀପଦେ ଇଚ୍ଛା,

ତୋଳି ନିଅ ବାରେ  ଏ ଅଧମେ ଥରେ

  ପୂର୍ଣ୍ଣ ହେବ ମନୋବାଞ୍ଛ। ।।



Rate this content
Log in

Similar oriya poem from Children