STORYMIRROR

Satyanarayan Sahoo

Abstract Classics Children

3  

Satyanarayan Sahoo

Abstract Classics Children

ଶିଶୁ ଦିବସ

ଶିଶୁ ଦିବସ

1 min
168


ଶିଶୁ ଆମେ ସଜ ଫୁଟା ସୁକୁମଳ କଳି

ଫୁଲ ପରି ଜଣେ ଜଣେ ବାସୁ ଭଳି ଭଳି ।

ମହକ ସଞ୍ଚାରି ଖୁସି ମଉଜ ବିତରୁ

ନବ ନବ ଭାବ ଘେନି ପୁଲକିତ କରୁ ।


ଆଜି ପରା ନେହେରୁ ଙ୍କ ଜନମ ଦିବସ

ପାଳନ ହୁଅଇ ଏହି ଶିଶୁଙ୍କ ଦିବସ ।

କେତେ ଶ୍ରଦ୍ଧା ଢାଳି ଥିଲେ ସେ ଚା ଚା ନେହେରୁ

ତାଙ୍କ ପାଇଁ ଆଜି ଶିଶୁ ଦିବସକୁ ପାଳୁ ।


ମୋତି ଲାଲ ନେହେରୁ ଓ ସ୍ୱରୂପା ରାଣୀ ଙ୍କ

ସୁପୁତ୍ର ଭାବ ରେ ଯିଏ ମଣ୍ଡି ଥିଲେ ଅଙ୍କ ।

ଗାନ୍ଧୀ ଜୀ ଙ୍କ ଆହ୍ଵାନ ରେ ଦେଶ କୁ ସ୍ଵାଧୀନ

କରିବାକୁ ନିରନ୍ତର ବହୁତ ସଂଗ୍ରାମ ।


କରି , ସ୍ବାଧୀନତା ଲାଭ ନିମନ୍ତେ ପ୍ରଚେଷ୍ଟା

ଜାରି ରଖି , ଦେଖାଇଲେ ନିଜ ପରାକାଷ୍ଠା ।

ବହୁ ବାର କରି ଛନ୍ତି ସେ , କାରାବରଣ

ତାହା ଙ୍କ ଉଦ୍ୟମ ହେତୁ ଭାରତ ସ୍ୱାଧିନତା ।


ସ୍ୱାଧୀନ ଭାରତ ପ୍ରଥମ ପ୍ରଧାନ ମନ୍ତ୍ରୀ

ହୋଇ ଦେଖାଇଲେ କେତେ ଆଦର୍ଶ ଓ ନୀତି ।

ଶିଶୁ ଙ୍କ ନିମନ୍ତେ ଯିଏ ନିତି ସୁପ୍ରଚେଷ୍ଟା

ଜାରି ରଖି ଥିଲେ  , ଧରି ସ୍ନେହ, ପ୍ରେମ , ନିଷ୍ଠା ।


 ସେହି ତ ଆମର ପ୍ରିୟ , ଚା ଚା ଜବାହ।ର

ନାଲି ଗୋଲାପ ଫୁଲ ରେ ତାହାଙ୍କ ଆଦର ।

ରହି ଥିଲା , ଥିଲେ ଯିଏ , ହସ ହସ ମୁଖ

ଢାଳି ଦେଉ ଥିଲେ , ସ୍ନେହ , ଆଦର ଆଶିଷ ।


ଉଣାଇସ ଅଣାଲବେ , ମସିହା ରେ ସିଏ

ଜନ୍ମି ଥିଲେ ନଭେମ୍ବର ମାସ ଚଉଦ ରେ ।

ତାଙ୍କ ଜନ୍ମ ତାରିଖ କୁ ଆମରି ଦେଶ ରେ

ପାଳନ କରୁଛୁ  ଶିଶୁ ଦିବସ ଭାବ ରେ ।


ଚା ଚା ନେହେରୁ ଙ୍କୁ ମନେ ପକାଇ ସଭିଏଁ

ଭବିଷ୍ୟତ ଜୀବନ କୁ ତାଙ୍କ ଆଦର୍ଶ ରେ ।

ଗଢ଼ିବା ପାଇଁ କି ଆଜି ପବିତ୍ର ଉତ୍ସାହ

ସାହସ, ଶକତି ଆଉ ପ୍ରେରଣା ର ସହ ।


ଅନେକ ଧାରଣା, ଚିନ୍ତା , ସପନ ସାଉଁଟି

ସକଳ ଶିଶୁ ଏ ବାସୁ ଫୁଲ ପରି ଫୁଟି ।


 


Rate this content
Log in

Similar oriya poem from Abstract