ବିବିଧତା ମଧ୍ୟ
ବିବିଧତା ମଧ୍ୟ
1 min
180
ଏକତା ଅଟଇ ଅମୂଲ୍ୟ ଶକ୍ତି
ସବୁ ବନ୍ଧନରୁ ଦିଅଇ ମୁକ୍ତି
ଏକତା ବଳରେ ବଳୀୟାନ ହୋଇ
ଅସାଧ୍ୟ ସାଧନ କରିବା ଯାଇ।୧।
ମରୁଭୂମିରେ ଯେ ଫୁଲ ଫୁଟିବ
ଗରିବର ସବୁ ଦୁଃଖ ହଟିବ
ଏକତା ବଳରେ ଦେଶ ସ୍ଵାଧୀନ ହେଲା
ବିଦେଶୀ ବିଚାର ସମାଧି ନେଲା ।୨।
ଭିନ୍ନତା ମଧ୍ୟରେ ଏକ ଜାତୀୟତା
ଜାତି-ଧର୍ମ-ବ6ର୍ଣ୍ଣ ଭାରତୀୟତା
ସତ୍ୟ ଶାନ୍ତି ଦୟା କ୍ଷମା ଗୁଣ
ଅନ୍ୟଠୁ ଆମକୁ କରେ ଭିନ୍ନ।୩।
ଶୂନ୍ୟ ଆକାଶରେ ସକାଳର ସୂର୍ଯ୍ୟ
ସୁନେଲୀ କିରଣ ଢାଳେ ମୁରୁଜ
ମୁକ୍ତ ନୀଳିମାକୁ ହାତ ଠାରେ
ବୁଝାଇ କହିବ ଇଙ୍ଗିତରେ ।୪।
ଦେଖାଇବାକୁ ନିଜ କ୍ଷମତା
ଚୂର୍ଣ୍ଣ ବିଚୂର୍ଣ୍ଣ ସାମାଜିକ ଏକତା
ଏକତା ହିଁ ବଳ ଏହା ନ ଭାବେ
ଶୂନ୍ୟ ଆଶା ଫଳେ ତାର ଲବେ ।୫।
ଆଲୋକିତ କର ଜୀବନକୁ ରଙ୍ଗରେ
ବର୍ଣ୍ଣ।ଳି ଭରି ଯାଉ ଅଙ୍ଗ ଅଙ୍ଗରେ
ଉଷା ଆବାହନ କର ମଙ୍ଗଳ ଲଗ୍ନେ
ତୃପ୍ତି ଭରି ଯାଉ ଆନନ୍ଦିତ ମନେ ।୬।
କଥା କୁହେ ସତେ ଉତ୍କଳର ମାତା
କେତେ ବିଭବର ଗାଥା
କଳାର ପ୍ରଜ୍ଞା ତ। ବର୍ଣ୍ଣମୟ ସୁଧା
ନଇଁ ଯାଏ ସଦା ମଥା ।୭।

