STORYMIRROR

Biswajita Baral

Inspirational Others Children

3  

Biswajita Baral

Inspirational Others Children

ଜନ୍ମଦିନ

ଜନ୍ମଦିନ

1 min
194


ମୋହରି ଜଠରୁ ଜନ୍ମ ଲଭି ଯେବେ

ମାଟି ମାଆ ଦେଲୁ ଛୁଇଁ ,

ଗଢ଼ା ହେଲା ଏଇ ଜନମ ମାଟିରେ

ଜୀବନର କର୍ମଭୂଇଁ ।


ଦରୋଟି ଓଠରେ ଉକୁଟିଲା ହସ

ହସି ହସାଇଲୁ ତୁହି ,

ତୋ' ଆଖିରେ ମୋର ସପନ ଜାଗିଲା

ଧନ୍ୟ ମୁଁ' ତୋହରି ପାଇଁ ।।


ସ୍ନେହ ସରାଗରେ ପ୍ରୀତି ଆଦରରେ

ତୋଳିଛି ସରଗ ଶଶି ,

ଏକୋଇର ବଳା ବିଶିକେଶନ ତୁ'

ତୁହି ମୋ' କୁସୁମ କଷି ।।


ଜନମ ତୋହର ସାର୍ଥକ ହେଉ

ସଫଳ ହେଉ ତୋ' କର୍ମ ,

କୋଟିକରେ ତୁହି ଗୋଟିଏ ହୋଇବୁ

ବଜାୟ ରଖିବୁ ଧର୍ମ ।।


ଆଜି ତୋର ଏହି ଶୁଭ ଜନ୍ମ ଦିନେ

ଆଶିଷ ମୋହର ଘେନ ,

ତୁହି ମୋ' ସାୈରଭ ତୁହି ମୋ' ଗାୈରବ

ବିଭୁ ପଦେ ରଖ ଧ୍ୟାନ ।


ଜନ୍ମଦିନ ତୋ'ର ହେଉ ଶୁଭମୟ

ଜାଗୁ ନୂତନ ସପନ,

ଚଲାପଥେ ତୋ'ର କୁସୁମ ବରଷୁ

ଘେନ ଶୁଭାଭିନନ୍ଦନ ।


ଶତାବ୍ଦୀର ଅନ୍ତେ ଆସିଅଛି ଦେଖ

ନୂତନ ବରଷ ପରା ,

ଖୁସି ଉଲ୍ଲାସରେ ଭରିଯାଉ ମନ

ଗଗନ ଛୁଇଁବ ଧରା ।।


ଶୁଭକାମନା ଯେ ଜଣାଉଛି ମୁହିଁ

ହୃଦୟ ଗଭୀର ତୀରୁ ,

ସୁଖ ଶାନ୍ତି ଭରିଯାଉ ତୋ' ଜୀବନେ

ମନସ୍କାମନା ବି ପୁରୁ ।।




Rate this content
Log in

Similar oriya poem from Inspirational