STORYMIRROR

Usharani Sahoo

Children

3  

Usharani Sahoo

Children

ଶିଶୁ ହସିଲେ ଦୁନିଆ ହସେ

ଶିଶୁ ହସିଲେ ଦୁନିଆ ହସେ

1 min
203

ଫୁଲଠୁ କୋମଳ ସ୍ୱର୍ଗଠୁ ସୁନ୍ଦର

ଆହା ଶିଶୁ ମନ ପ୍ରାଣ

ଟିକି ଓଠେ ତା'ର ଖିଲି ଖିଲି ହସ

ମଧୁଝରା ମଧୁ ସମ।


ଟିକି ଟିକି ପାଦେ ସୁବାସ ତ ଛୁଟେ

ସତେ ପାରିଜାତ ସମ

ଦରୋଟି କଥାରେ ଅମୃତ ବରଷେ

ଖେଳି ଯାଏ ତନୁ ମନ।


ଯେତେ କୋହ କଷ୍ଟ ମନ ମଧ୍ୟେ ଥିଲେ

ଦୁଃଖ ହୋଇଯାଏ ଦୂର

ଶିଶୁ ମୁଖ ଦେଖି ମନ ଯାଏ ଲାଖି

ସତେକି ସେ ଯାଦୁଗର।


ନିରୀହ ନିଷ୍ପାପ ସରଳ ଶିଶୁ ଯେ

କୋମଳ ଅଟେ ତା ମନ

ତା କର ପରଶ ମନେ ଆଣେ ହର୍ଷ

କିଣି ନିଏ ମନ ପ୍ରାଣ।


ଏ ଧରା ଭୁଵନେ ଧରି ନାନା ରଙ୍ଗେ

ଶିଶୁ ଛୋଟ ଫୁଲ କଢି

ସେ କଢି ଵିକଶେ ମହକ ସୁଵାସେ

ଚଉଦିଗେ ଯାଏ ଖେଳି।


ଏ ଦେଶର ଶିଶୁ କାଲି ନାଗରିକ

ଭବିଷ୍ୟ ଦେଶ ରକ୍ଷକ

ଆଗାମୀ ଦିନର ସବୁଜ ସପନ

ରଖିବେ ଦେଶର ଟେକ।


ନିଜର ପ୍ରତିଭା ଦେଖାଇ ଗାରିମା

ମହ ମହ ହୋଇ ବାସେ

ହୃଦୟେ ଅପୂର୍ବ ଦେଖାଇ ସାହସ

ଜଗତଟା ହସି ଉଠେ।


ଯେଭଳି ଗଢ଼ିବ ସେଭଳି ବଢ଼ିବ

କୋମଳ ଏ ଶିଶୁ ପ୍ରାଣ

ଏହି କଢିଟିକୁ ପୟରେ ନ ଦଳି

ଉପଯୁକ୍ତ ଦିଅ ଧ୍ୟାନ।


ଯେସନେ କୁମ୍ଭାର ମାଟି ପିଣ୍ଡୁଳାକୁ

ଦେଇଥାଏ ସେ ଆକାର

ସେହିପରି ଭାବେ ଯତନ କରିଲେ

ଦେଇଣ ସ୍ନେହ ଆଦର।


ଶିଶୁ ବିକଶିତ ହୋଇ ପ୍ରସ୍ଫୁଟିତ

ଶିଶୁ ମୁଖେ ହସ ଥିଲେ

ହସିବ ଜଗତ ହସିବ ଦୁନିଆ

ସମୃଦ୍ଧ ଦେଶର ଭଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children