STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଲୟ

ଲୟ

1 min
182


ଲୟରୁ ଉତ୍ପନ୍ନ ହୁଏ ସ୍ୱର ତାଳ

ଦ୍ରୁତ ମଧ୍ୟ ବିଳମ୍ବିତ

ଲୟ ଯୋଗୁଁ ସୃଷ୍ଟି ସଙ୍ଗୀତ ସୁନ୍ଦର

ମଧୁର ଲାଗେ ଜୀବନ୍ତ ।


ଲୟର ପ୍ରକାଶ ହୁଅଇ ତାଳରେ

ସ୍ୱର ହୁଏ ନିମ୍ନ ଉଚ୍ଚ

ତାଳର ଜନନୀ ଶ୍ରୁତି ପିତା ଲୟ

ଉଭୟ ପରିପୂରକ ।


ତାଳ ଲୟ ବିନା ଜୀବନ ସଙ୍ଗୀତ

ନିଷ୍କ୍ରିୟ ପ୍ରଭାବଶୂନ୍ୟ

ତାଳ ଆଉ ଲୟ ସମ୍ପର୍କ ଅଭେଦ

ଆତ୍ମାରୂପ ଏକ ପ୍ରାଣ ।


ଲୟ ସୁସ°ହତି ତାଳ ସୁସଙ୍ଗତି

ଗାନକୁ କରେ ମଧୁର

ସଙ୍ଗୀତ ଦିଅଇ ଜୀବନେ ଆନନ୍ଦ

ଶ୍ରୋତାଙ୍କୁ କରେ ବିଭୋର ।


ସମୟ ଅଖଣ୍ଡ ଅଟଇ ଅନନ୍ତ

ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ

ବ୍ରହ୍ମ ନିରାକାର ଲକ୍ଷ୍ୟ ଲୟ ଶବ୍ଦେ

ସାକାର ଓ ପରିସ୍ଫୁଟ ।


Rate this content
Log in

Similar oriya poem from Inspirational