STORYMIRROR

Satyanarayan Sahoo

Abstract Classics Children

3  

Satyanarayan Sahoo

Abstract Classics Children

ଧନ୍ୟ ତୁମେ ଗୁରୁ

ଧନ୍ୟ ତୁମେ ଗୁରୁ

1 min
195

ଧନ୍ୟ ତୁମେ ଗୁରୁ ଅନାଦି ଅନନ୍ତ

ବିଦ୍ୟା ଧନେ ତୁମେ ଅଟ ଧନବନ୍ତ ।


ଜ୍ଞାନ ଧନେ ଶାନ୍ତି ସନ୍ତୋଷ ଆସ୍ଵଦ

ଅନୁଭବୀ ଆହେ ଦିଅ ଆହାଲାଦ  ।


ଉତ୍ତମୁ ଉତ୍ତମ ଗୁଣ , ଭାବ କର୍ମ

ତୁମ୍ଭ ଠାରୁ ସର୍ବେ କରନ୍ତି ଶିକ୍ଷଣ ।


ଶିଷ୍ୟ ଏ କରନ୍ତି ନିତି ନମସ୍କାର

ମଣୁ ଥାନ୍ତି ହୃଦେ ତୁମ୍ଭଙ୍କୁ ଈଶ୍ୱର ।


ଜୀବନ ନିଗୂଢ଼ ତଥ୍ଯ , ତତ୍ତ୍ୱ ଚୟ

ତୁମ୍ଭେ ହିଁ କରାଅ , ଜନେ ପରିଚୟ ।


ଜୀବନ ଯାତ୍ରା ରେ ଆଉ ଏ ସଂସାରେ

ଜୀବନ ନଉକା ତୁମ୍ଭର ଦୟାରେ ।


ଚାଳିତ ହୁଅଇ ତୁମ୍ଭରି ଆଶ୍ରୟେ 

ମୂରୁଖ ଦୁର୍ଜନ ଦିବ୍ୟ ପଥ ପାଏ ।


ଗୁରୁଙ୍କ ମହିମା ଅଶେଷ ଅପାର

ଗୁରୁ ହିଁ ସାକ୍ଷାତ ଅଟନ୍ତି ଈଶ୍ୱର ।



Rate this content
Log in

Similar oriya poem from Abstract