ପିଲା ବେଳ
ପିଲା ବେଳ
ହେ ସମୟ ଫେରିଆ ତୁ
ମୋ ପିଲା ବେଳ ନେଇ
ବଡ ହୋଇ କି ଭୁଲ ହେଲା
ଅମାନିଆ ଏ ବୟସ ନଈ ।।
ହେ ସମୟ ଫେରିଆ ତୁ
ମୋ ଅତୀତ ନେଇ
ଇଚ୍ଛା ନାହିଁ ରହିବାକୁ
ବୟସର ଆୟୁଧ ହୋଇ ।।
ହେ ସମୟ ଦେଇ ଯା ତୋ
ଅଗଣିତ ଗତି
ଦେଖି ପାରୁନି ତୋ ରୂପ
ଜାଳି ସଞ୍ଜବତୀ ।।
ହେ ସମୟ ଦେଇଯାଆ ତୋ
ସମାଧାନ ବାଟ
ଅଯଥାରେ ବଞ୍ଚିଛି ମୁଁ
କରି ଏତେ ନାଟ ।।
