ସଦ୍ଗୁରୁ
ସଦ୍ଗୁରୁ
ଆନ୍ତରିକ ଭାବେ ଶିଷ୍ୟ ର କଲ୍ୟାଣ
ସ।ଧନ୍ତି ଯେ ନିରନ୍ତର
ସଦଗୁରୁ ଭବାରେ ବାସ୍ତବ ଜଗତେ
ପ୍ରିୟ ସେହି ଶିଷ୍ୟ ଙ୍କର ।
ପ୍ରକୃତ ସଦ୍ଗୁରୂ ଖୋଜିଲେ ମିଳେ ନା
ଶିଷ୍ୟ କୁ ଦେଇ ପ୍ରେରଣା
ନୀତି ଉପଦେଶ ସୁଶିକ୍ଷା ସନ୍ଦେଶ
ବିବିଧ ଭାବ ଚେତନା ।
ନାନା ପ୍ରକାର ରେ ବହୁ ତଥ୍ୟ , ତତ୍ତ୍ୱ
ଆଧ୍ୟାତ୍ମିକ ପରମ୍ପରା
ପ୍ରସାର ଓ ସଂରକ୍ଷଣ ରେ ଉତ୍ସ।ହ
ନବ ନବ ଉଦ୍ଧୀପନ। ।
ପ୍ରତିଭା ପାଣ୍ଡିତ୍ୟ ସାହସ ଶକତି
ଅର୍ଜ୍ଜନ କରିବାରେ ଯେ
ଅମାପ ଆହ୍ଵାନ ଦେଇ ମାନବୀୟ
ମୂଲ୍ୟବୋଧ କୁ ସମାଜେ ।
ପ୍ରତିଷ୍ଠିତ କରି ଅବିରତ ହିତ
ଅର୍ଥେ ଘେନି ଅବତାର
ପରିଚୟ ଧରି ବିଦ୍ୟା , ବୁଦ୍ଧି , ସିଦ୍ଧି
ନିମନ୍ତେ ଥାନ୍ତି ତତ୍ପର ।
ପ୍ରକୃତ ସଦଗୁରୁ ଭାବେ ତାହାଙ୍କୁ
ପୂଜନ୍ତି ସଭିଏଁ ଲୋକେ
ଅଜ୍ଞାନ ଅନ୍ଧାର କରିଣ ସଂହାର
ବିଭାସିତ ଜ୍ଞାନାଲୋକେ ।
କରି ଚହଟାନ୍ତି ଦିବ୍ୟ ଚେତନା ର
ସୁମହାନ ଦିବ୍ୟ ଭାବ
ସେହି ହିଁ କଲ୍ୟାଣ ମୟ ସଦଗୁରୁ
ତାଙ୍କ ପୂତ ପାଦ ସେବ ।
