ଗୁରୁ ଦିବସ
ଗୁରୁ ଦିବସ
ହେ ଗୁରୁ ତୁମେ ପଥ ଓ ପାଥେୟ
ଦିଅ ଆଲୋକର ଶିକ୍ଷା
ହେ ଗୁରୁ ତୁମେ ପିତା ଓ ମାତା
ସନ୍ତାନକୁ ଦିଅ ସୁରକ୍ଷା
ହେ କର୍ଣ୍ଣ ଗୁରୁ ଦିଅ ମହାମନ୍ତ୍ର ଜ୍ଞାନ
ଜ୍ଞାନ ଓ ଗୁଣର ଦୀକ୍ଷା
ହେ ବିଦ୍ୟା ଦାତା ଅନ୍ଧକାର ଦୂରେଇ
ଢାଳିଦିଅ ଗୁଣ ଗରିମା ଶିକ୍ଷା
ହେ ଗୁରୁ ତୁମେ ଗଣନାଥ ଦିଅ ଜ୍ଞାନ
ବୁଦ୍ଧି ସଂଚାରି ମହାଶିକ୍ଷା
ଗାନ୍ଧୀ ଗୋପବନ୍ଧୁ ଗୁରୁ ପଦବାଚ୍ୟ ସତ
ମନୁଷ୍ୟତା ଓ ମଣିଷପଣିଆ ଦୀକ୍ଷା
ସୁର୍ଯ୍ୟ ଚନ୍ଦ୍ର ଗୁରୁ ଦିଅନ୍ତି ବିଜ୍ଞାନ ବାର୍ତ୍ତା
ଜ୍ଞାନ ପ୍ରଦୀପ ଜଳାଇ ବାକ୍ଷା
ମାଆ ସରସ୍ଵତୀ ସୀତା ସାବିତ୍ରୀ ପଦ୍ମାବତୀ
ଦେଲେ ସତୀ ଶିରୋମଣି ଦୀକ୍ଷା
ବୁଦ୍ଧଦେବ ସାଇନାଥ ଦେବଦୂତ ସେତ
ଗୁରୁ ପଦବାଚ୍ୟ ଧର୍ମ ର କଲେ ବାଖ୍ୟା
ଗୁରୁଙ୍କ ପୟରେ ମଥାନତ କଲେ ପାଇଯିବା
ସବୁ ସତ୍ ନ୍ୟାୟ ଧର୍ମ ଶିକ୍ଷା।
