ପଞ୍ଚ ପ୍ରୟାଗ, ଉତ୍ତରାଖଣ୍ଡ
ପଞ୍ଚ ପ୍ରୟାଗ, ଉତ୍ତରାଖଣ୍ଡ
ଆମର ଗଭୀର ଓ ଅଗାଧ ବିଶ୍ୱାସ ଅଛି
ପତିତପାବନୀ ଗଙ୍ଗା ନଦୀ ଉପରେ
ଗଙ୍ଗା ପରା ଆମର ପୂଜନୀୟା ଦେବୀ
ମାତା ସନାତନ ଧରମରେ |୧|
ଗଙ୍ଗା ନଦୀ ଧରାବତାରଣ କରିଛନ୍ତି
ବିଷ୍ନୁଦେବଂକ ପାଦରୁ
ଜଳକୁ ରଖୁଛେ ଘରେ ଯେହେତୁ
ଦରକାରୀ ଜୀବନଯାକ ଜନ୍ମରୁ |୨|
ଧାର୍ମିକ ସମସ୍ତ ରୀତିନୀତି ଗଙ୍ଗା ଜଳକୁ
ଛାଡି ହୋଇ ପାରେନା
ଗଙ୍ଗା ଜଳ ବିନା ଧାର୍ମିକ ରୀତିନୀତିକୁ
ପବିତ୍ର କେହି ମାନେନା |୩|
ପାଇବା ଆମେ ପାଂଚଟି ସ୍ଥଳ ଗଙ୍ଗା ନଦୀ
ସହ ସମ୍ପୃକ୍ତ କହୁଛେ ପ୍ରୟାଗ
ନନ୍ଦ ପ୍ରୟାଗ, ବିଷ୍ଣୁ ପ୍ରୟାଗ, କର୍ଣ୍ଣ ପ୍ରୟାଗ,
ଦେବ ପ୍ରୟାଗ ଓ ରୁଦ୍ର ପ୍ରୟାଗ |୪|
ପାଇବା ନନ୍ଦ ପ୍ରୟାଗ ନଦୀର ଉତ୍ପତ୍ତି
ସ୍ଥାନରୁ ଅନତି ଦୂରରେ
ଗୋପାଳ ଜୀଉ ମନ୍ଦିର ଓ ଚଣ୍ଡୀକା ମନ୍ଦିର
ଦେଖିବା ସେଠାରେ |୫|
ଅଳକାନନ୍ଦା ସହିତ ଧବଳ ଗଙ୍ଗା ନଦୀ
ମିଶିଛି ବିଷ୍ଣୁ ପ୍ରୟାଗରେ
ଗୋଟିଏ ବିଷ୍ଣୁ ମନ୍ଦିର ରହିଛି ଏହାର
ସଙ୍ଗମ ସ୍ଥଳରେ |୬|
କର୍ଣ୍ଣ ପ୍ରୟାଗ, କର୍ଣ୍ଣପ୍ରଭା ସ୍ରୋତ ସହିତ
ଅଳକାନନ୍ଦା ନଦୀର ସଙ୍ଗମ ସ୍ଥଳ
ଉମା ମନ୍ଦିର, କର୍ଣ୍ଣ ମନ୍ଦିର ଓ ଦୁର୍ଯ୍ୟୋଧନ
ମନ୍ଦିର ଦର୍ଶନୀୟ ସ୍ଥାନ |୭|
ଅଳକାନନ୍ଦା ଓ ଭାଗିରଥି ମିଶି ଗଙ୍ଗା ନଦୀ
ହୋଇଛି ଦେବ ପ୍ରୟାଗରେ
ରଘୁନାଥ, ଧନେଶ୍ୱର ମହାଦେବ, ନାଗରାଜ
ମନ୍ଦିର ଦର୍ଶନୀୟ ସ୍ଥାନ ଏଠାରେ |୮|
ଗଙ୍ଗା ସହିତ ମନ୍ଦାକିନୀ ନଦୀ ମିଶିଛି ଏହି
ରୁଦ୍ର ପ୍ରୟାଗରେ
ରୁଦ୍ରନାଥ, କୋଟେଶ୍ୱର ଓ ଜଗଦମ୍ବା ମନ୍ଦିର
ପ୍ରସିଦ୍ଧ ଏଠାରେ |୯|
